କିଟ୍ ଓ କିସ୍ ପରିଦର୍ଶନ କଲେ ସିଏଜି ଗିରୀଶ ମୁର୍ମୁ, କିସ୍ ମୟୂରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫୁଟବଲ ଏକାଡେମୀ ପ୍ରତିଷ୍ଠା ପାଇଁ ଦେଲେ ପ୍ରତିଶ୍ରୁତି

କେନ୍ୟୁଜ୍(ବ୍ୟୁରୋ): କିଟ୍ ଓ କିସ୍ ପରିଦର୍ଶନ କଲେ ସିଏଜି ଗିରୀଶ ମୁର୍ମୁ। ଭାରତର ମୁଖ୍ୟ ମହାଲେଖାକାର ଓ ମହାସମୀକ୍ଷକ ଗିରୀଶ ଚନ୍ଦ୍ର ମୁର୍ମୁ ବୁଧବାର ସପତ୍ନୀକ କିଟ୍ ଓ କିସ୍ ପରିଦର୍ଶନ କରିଥିଲେ। ଶ୍ରୀ ମୁର୍ମୁ ଓ ତାଙ୍କ ପତ୍ନୀ କିଟ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ ବୁଲି ଦେଖିବା ସହ କିସ୍ର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। କିସ୍ ମୟୂରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫୁଟବଲ ଏକାଡେମୀ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀମୁର୍ମୁ କହିଥିଲେ। କୋଭିଡ୍ କଟକଣା ମଧ୍ୟରେ କିସ୍ରେ ଆୟୋଜିତ ଏକ ସଂକ୍ଷିପ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କିସ୍ ଓ କିଟ୍ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରି ଶ୍ରୀ ମୁର୍ମୁଙ୍କୁ ଓଡିଶାର ଗର୍ବ ଓ ଗୌରବ ବୋଲି କହିଥିଲେ।
କିସ୍ ମୟୂରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫୁଟବଲ ଏକାଡେମୀ ପ୍ରତିଷ୍ଠା ନିମନ୍ତେ ସହଯୋଗ ଯୋଗାଇ ଦେବାକୁ ଶ୍ରୀ ମୁର୍ମୁଙ୍କୁ ଅନୁରୋଧ କରିଥିଲେ। ଏହା ଦ୍ୱାରା ମୟୂରଭଞ୍ଜ ଜିଲ୍ଲା ତଥା ଓଡିଶାର ବହୁ ପ୍ରତିଭାବାନ ଫୁଟବଲ ଖେଳାଳି ଉପକୃତ ହୋଇପାରିବେ ବୋଲି ଡକ୍ଚର ସାମନ୍ତ କହିଥିଲେ। ଏହି ଅବସରରେ କିସ୍ ମୟୂରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫୁଟବଲ ଏକାଡେମୀ ପ୍ରତିଷ୍ଠା ଦିନରେ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ମୁର୍ମୁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ମୁର୍ମୁଙ୍କ ଧର୍ମପତ୍ନୀ ସ୍ମିତା ଶୁକ୍ଲାମୁର୍ମୁ କହିଲେ କିସ୍ ବିଶ୍ୱର ଏକମାତ୍ର ଅନୁଷ୍ଠାନ ଯେଉଁଠାରେ ୩୦ ହଜାର ଛାତଛାତ୍ରୀଙ୍କୁ ରଖି ସେମାନଙ୍କୁ ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡ଼ା ଆଦି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇ ଯତ୍ନ ନିଆଯାଉଛି। ଏହା ସହଜ କାର୍ଯ୍ୟ ନୁହେଁ।
ଡକ୍ଟର ଅଚ୍ୟୁତ ସାମନ୍ତ ଉତ୍ସର୍ଗୀକୃତ ଭାବେ ଜୀବନବ୍ୟାପୀ ଜନଜାତି ପିଲାଙ୍କ ଉନ୍ନତି ପାଇଁ ଯେତେ ସବୁ କାମ କରୁଛନ୍ତି ତାହା ଅତ୍ୟନ୍ତ ପଶ୍ରଂସନୀୟ ବୋଲି ଶ୍ରୀ ମୁର୍ମୁ ଓ ଶ୍ରୀମତୀ ମୁର୍ମୁ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୁଖ୍ୟ ଲେଖାକାର ବିଭୂଦତ୍ତ ବସନ୍ତିଆ, କିସ୍ ବିଶ୍ୱବିଦ୍ୟାଳୟଳର କୁଳପତି ପ୍ରଫେସର ସସି୍ମତା ସାମନ୍ତ, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।.