Below header

ସ୍କୁଟିରେ ମୃତଦେହ ଧରି ସହର ସାରା ବୁଲୁଥିଲା ଅଭିଯୁକ୍ତ, ସିସିଟିଭିରେ କଏଦ୍‌ ହେଲା ପୂରା ଘଟଣା; ଦେଖନ୍ତୁ

ଦିଲ୍ଲୀର ରୋହିଣୀର ପ୍ରେମ ନଗରରେ ଛାତି ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ମୃତଦେହକୁ ଅଖା ବସ୍ତାରେ ବାନ୍ଧି ସ୍କୁଟିରେ ରଖି ୨ କିଲୋମିଟର ଯାଏଁ ବୁଲାଇଥିଲା। ସିସିଟିଭି ଫୁଟେ୍‌ଜରୁ ଏହି ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ୨୮ ଡିସେମ୍ବରର। ଅଭିଯୁକ୍ତ ଜଣକ ବିଳମ୍ବିତ ରାତିରେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲା। ତା’ ପରେ ମୃତଦେହକୁ ଧରି ସହରରେ ଖୁଲମ୍‌ଖୁଲା ବୁଲିଥିଲା।

cctv2

ପୋଲିସର ସୂଚନା ମୁତାବକ, ମୃତକଙ୍କ ନାଁ ରବି। ଅଭିଯୁକ୍ତ ଅଙ୍କିତ କଟିୟାରଙ୍କ ଠାରୁ ରବି ୭୭ ହଜାର ଟଙ୍କା ଧାର ନେଇଥିଲେ। ଏହି ଟଙ୍କା ଯୋଗୁ ହିଁ ସେ ରବିଙ୍କୁ ହତ୍ୟା କରିଥିଲା।

cctv3

ପ୍ରଥମେ ସେ ରବିଙ୍କୁ ପ୍ରବଳ ପିଟିଥିଲା। ତା’ପରେ ତଣ୍ଟି ଚିପି ହତ୍ୟା କରିଥିଲା। ଏହା ପରେ ମୃତଦେହକୁ ଲୁଚାଇବା ପାଇଁ ସେ ଜାଗା ଖୋଜିଥିଲା। ତେଣୁ ଏକ ଅଖାରେ ମୃତଦେହକୁ ପୂରାଇ ସ୍କୁଟି ସାମ୍ନାରେ ରଖି ସହର ସାରା ଘୁରି ବୁଲିଥିଲା। ଶେଷରେ ଏକ ପରିତ୍ୟକ୍ତ ଆପାର୍ଟମେଣ୍ଟରେ ମୃତଦେହକୁ ପୋତି ଦେଇ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସିସିଟିଭି ଫୁଟେଜ୍‌ରୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣାପଡ଼ିବା ପରେ ଏବେ ପୋଲିସ ଅଭିଯୁକ୍ତ ଅଙ୍କିତକୁ ଗିରଫ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.