Coffee ପ୍ରେମୀ ନିଶ୍ଚୟ ଟ୍ରାଏ କରନ୍ତୁ ଡାଲଗୋନା କଫି, ସହଜରେ କମ୍‌ ସମୟରେ କରନ୍ତୁ ପ୍ରସ୍ତୁତ

ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବା ଡାଲଗୋନା କଫିକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଡାଲଗୋନା କଫିର ନାମ ସାଉଥ୍‌ କୋରିୟାନ୍‌ ଟଫିରୁ ନିଆଯାଇଛି। ଖାସ୍‌ କଥା ହେଉଛି ଏହି କଫିକୁ ବନାଇବା ପାଇଁ କେବଳ ତିନୋଟି ଜିନିଷର ଆବଶ୍ୟକତା ରହିଛି। ଏହାକୁ ଆପଣ ଘରେ ଅତି ସହଜରେ ବନାଇପାରିବେ। ତାହେଲେ ବିଳମ୍ବ କଣ ପାଇଁ, ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବା ଡାଲଗୋନା କଫି।

ଆବଶ୍ୟକ ସାମଗ୍ରୀ

  1. ଦୁଇ ଚାମଚ କଫି
  2. ୨ ଟେବୁଲ ଚାମଚ ଚିନି
  3. ଦୁଇ ଚାମଚ ଗରମ ପାଣି
  4. ଅଧା ଗ୍ଲାସ୍‌ ଥଣ୍ଡା କ୍ଷୀର
  5. ବରଫ ଖଣ୍ଡ

ପ୍ରସ୍ତୁତି ପ୍ରଣାଳୀ

ଡାଲଗୋନା କଫି ବନାଇବା ପାଇଁ ସର୍ବପ୍ରଥମେ କଫି, ଗରମ ପାଣି ଏବଂ ଚିନିକୁ ଏକ ପାତ୍ରରେ ମିକ୍ସ କରି ହ୍ୟାଣ୍ଡ ବ୍ଲେଣ୍ଡର କିମ୍ବା ଚାମଚରେ ଲଗାତର ଚଲାନ୍ତୁ। ଏହାକୁ ସେତେ ପର୍ଯ୍ୟନ୍ତ ଚଲାନ୍ତୁ ଯେର୍ଯ୍ୟନ୍ତ ଏଥିରେ ଫେଣ ନହୋଇଛି। ଏବେ କଫି ବନାଇବା ପାଇଁ କ୍ଷୀରକୁ ଗ୍ଲାସରେ ପକାଇ ଏହାଉପରେ ଆଇସ୍‌ କ୍ୟୁବ୍‌ ପକାନ୍ତୁ। ଏବେ ଏହାଉପରେ କଫି ମିକ୍ସର ପକାଇ ଥଣ୍ଡା ଥଣ୍ଡା କଫି ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.