Below header

ଦେଶରେ ପୁଣି ଥରେ ଆରମ୍ଭ ହେଲା କାର୍ଗୋ ସେବା, ବିମାନ ଯୋଗେ ବଣ୍ଟାଗଲା ଔଷଧ ଓ ମାସ୍କ

ଦେଶରେ ବନ୍ଦ ଥିବା କାର୍ଗୋ ସେବା ପୁଣି ଥରେ ଆରମ୍ଭ ହୋଇଛି । ଏୟାର ଇଣ୍ଡିଆ ବିମାନ ଓ ଆଲିଆନ୍ସ ଏୟାରର ବିମାନ ଗୁଡିକ ଔଷଧ ବିତରଣ ସେବା ଆରମ୍ଭ କରିଛନ୍ତି । ଏୟାର ଇଣ୍ଡିଆର ଏକ କାର୍ଗୋ ବିମାନ ବିଭିନ୍ନ ଔଷଧ ଆଣି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଛି । ଏଥିରେ ରାଜ୍ୟ ସରକାର ମଗାଇଥିବା ବିଭିନ୍ନ ଔଷଧ ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ଆସିଛି । ରାଜ୍ୟକୁ ୨୦ ଲକ୍ଷ ୨୦ ହଜାର ମାସ୍କ ଆସିଛି । ଏଗୁଡିକ ଭିତରେ ଏନ୍‌-୯୫ ଓ ତ୍ରିସ୍ତରୀୟ ମାସ୍କ ମାନ ରହିଛି । ଏହି ବିମାନଟି ଦିଲ୍ଲୀରୁ ଭାୟା ରାୟପୁର ହୋଇ ଭୁବନେଶ୍ୱରରେ  ଆସି ପହଞ୍ଚିଥିଲା ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.