କେମିତି ସଂକ୍ରମିତ ହୁଏ କରୋନା, ସାବଧାନ ରହିଲେ କିଛି ବି ହେବ ନାହିଁ

ବାରମ୍ବାର କୁହାଯାଉଛି କରୋନାକୁ ଡରନ୍ତୁ ନାହିଁ କି ଏଥି ପ୍ରତି ବେପରଓ୍ଵା ବା ଅବହେଳା କରନ୍ତୁ ନାହିଁ । ଏମିତିରେ ତ ବାହାରେ ବୁଲାବୁଲି ଉପରେ ରୋକ୍‌ ଲାଗିଛି । ତଥାପି ଯଦି ବାହାରକୁ କୌଣସି ଅତ୍ୟାବଶ୍ୟକ କାମରେ ଯାଉଛନ୍ତି ତେବେ ସେସବୁ ଜାଗାରେ ଥିବା ଜିନିଷପତ୍ରକୁ ଏମିତକି ବେଞ୍ଚ, ଚେୟାର ଆଦି ଜିନିଷ ଏବଂ କାନ୍ଥରେ ବି ହାତ ଲଗାନ୍ତୁ ନାହିଁ । ଯଦି ହାତ ଲାଗିଛି ତେବେ ସେହି ହାତକୁ ଆଦୌ ମୁହଁରେ ଲଗାନ୍ତୁ ନାହିଁ । ଘରେ ଆସି ତୁରନ୍ତ ହାତକୁ ସାନିଟାଇଜର୍‌ କିମ୍ବା ସାବୁନରେ ଭଲ ଭାବେ ସଫା କରନ୍ତୁ ।
ବର୍ତ୍ତମାନ ସମୟରେ ଡାକ୍ତରଖାନାଗୁଡ଼ିକୁ ନଯିବା ପାଇଁ ଚେଷ୍ଟା କରନ୍ତୁ । ସଂକ୍ରମିତ ବ୍ୟକ୍ତି ରହୁଥିବା ଘର, ଚିକିତ୍ସା ଚାଲିଥିବା ଡାକ୍ତରଖାନା ଆଦିକୁ ଯାଆନ୍ତୁ ନାହିଁ । ଏଠାରେ ସଂକ୍ରମଣ ହେବାର ଶତପ୍ରତିଶତ ଆଶଙ୍କା ରହିଛି । ସେହିପରି ସଂକ୍ରମିତ ବ୍ୟକ୍ତିର ଲାଳ ଓ କଫ ସଂସ୍ପର୍ଶରେ ଆସିଲେ, ଘର ଭିତରେ ସଂକ୍ରମିତ ବ୍ୟକ୍ତି ଠାରୁ ଗୋଟିଏ ମିଟରରୁ କମ୍‌ ଦୂରତାରେ ରହିଲେ ସଂକ୍ରମଣ ହେବାର ଆଶଙ୍କା ଅଧିକ ।
ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ପରାମର୍ଶ ହେଉଛି, କରୋନା ନେଇ ଟିକିଏ ବି ସନ୍ଦେହ ହେଲେ ତୁରନ୍ତ ପରୀକ୍ଷା କରାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.