Below header

ଲକଡାଉନରେ ଘରେ ରହି ବୋର ହେଉଥିଲେ ଯୁବକ, ବାହା ହେବାକୁ ଜିଦ୍ କରି ଡେଇଁଲେ କୂଅକୁ

କେନ୍ଦୁଝର (କେନ୍ୟୁଜ) : ସାରା ଦେଶରେ ଏବେ ମହାମାରୀ କାରୋନା ଆତଙ୍କ। ଏହି ଘାତକ କାରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିସାରିଛି। କାରୋନା ପ୍ରକୋପରୁ ଦେଶର ଜନତାଙ୍କୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ଲକଡାଉନ କରିଛନ୍ତି। ତେବେ ଏହି ଲକଡାଉନ ପାଇଁ ଚଳିତ ମାସ ଥିବା ଅନେକ ବିବାହକୁ ସ୍ଥଗିତ କରି ଦିଆଯାଇଛି। କିନ୍ତୁ ଏହିସବୁ ଭିତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିବାହ ପାଇଁ ଘରେ ବାରଣ କରିବାରୁ କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ୨୨ ବର୍ଷୀୟ ଯୁବକ।

ଘଟଣାଟି ହେଉଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଦହିବାହାଳି ଗାଁର। ସୂଚନା ଅନୁଯାଇ ଦେଶ ଲକଡାଉନ ଘୋଷଣା ହେବା ପରେ ଏବେ ସବୁ ଲୋକ ଘରେ ରହୁଛନ୍ତି। ଆଉ ଏହି ଯୁବକ ଜଣଙ୍କ ଘରେ ରହି ବୋର ହେଉଥିବାରୁ ପରିବାର ଲୋକଙ୍କୁ ବାହା କରିଦେବାକୁ ଜିଦ୍ ଧରିଥିଲେ। କିନ୍ତୁ ଲକଡାଉନ ପାଇଁ ଏବେ ବିବାହ ହୋଇପାରିବ ନାହିଁ ବୋଲି ଘରେ ମନା କରିଥିଲେ। ପରିବାର ଲୋକେ ମନା କରିବାରୁ ଉତକ୍ଷିପ୍ତ ହୋଇପଡ଼ିଥିଲେ ଯୁବକ, ଏହାପରେ ସେ ଯାଇ ଘର ପାଖରେ ଥିବା କୂଅକୁ ଡେଇଁ ପଡିଲେ। ପରେ ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ କୂଅ ଭିତରୁ ଉଦ୍ଧାର କରାଯାଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି।

ଯୁବକ ଜଣକ ଭିନ୍ନ ଜାତିର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଯୁବତୀଙ୍କୁ ସେ ବିବାହ କରିବାକୁ ଜିଦ ଧରିଥିଲେ। ହେଲେ ଏଥିରେ ଘର ଲୋକ ରାଜି ନହେବାରୁ ଓ ବାରଣ କରିବାରୁ ଏଥିରେ ସେ ଉତକ୍ଷିପ୍ତ ହୋଇ ଘର ବାଡ଼ିରେ ଥିବା ଏକ କୁଅକୁ ଡେଇଁ ପଡ଼ିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.