ଖୁବଶୀଘ୍ର Tata Sky Broadband ଲଞ୍ଚ କରିବ ଲ୍ୟାଣ୍ଡଲାଇନ ସେବା, ମିଳିବ ଅନଲିମିଟେଡ କଲିଂର ସୁବିଧା

କରୋନା ଭାଇରସକୁ ନେଇ ଲକ୍‌ଡାଉନ ଚାଲିଥିବା ବେଳେ ଟାଟା ସ୍କାଏ ବ୍ରଡବ୍ୟାଣ୍ଡ ଖୁବଶୀଘ୍ର ଲ୍ୟାଣ୍ଡଲାଇନ ସେବା ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ଏହି ସେବା ବିଷୟରେ ନିଜର ଅଧିକାରିକ ସାଇଟ୍‌ରେ ଟିଜର ଜାରୀ କରିଛି। ଏହି ଟିଜର ମୁତାବକ, ଲ୍ୟାଣ୍ଡଲାଇନ ସେବା ଜଲଦି ଆରମ୍ଭ ହେବା ସହ ଉପଭୋକ୍ତାଙ୍କୁ ବ୍ରଡବ୍ୟାଣ୍ଡରେ ଅନଲିମିଡେଟ୍‌ କଲିଂ ସୁବିଧା ମିଳିବ। କିନ୍ତୁ କମ୍ପାନୀ ଏହି ସେବା କେବେ ଲଞ୍ଚ କରିବ ତାହାର ତାରିଖ ଘୋଷଣା କରିନାହିଁ।

sky

ସୂଚନାଯୋଗ୍ୟ, ୨୦୧୫ରେ ଟାଟା ସ୍କାଏ ବ୍ରଡବ୍ୟାଣ୍ଡର ଆରମ୍ଭ ହୋଇଥିଲା। ପରେ ଏହା ସହିତ ଲକ୍ଷଲକ୍ଷ ୟୁଜର ଯୋଡି ହୋଇଥିଲେ। ଟାଟା ସ୍କାଏର ଏହି ଲ୍ୟାଣ୍ଡଲାଇନ ସେବାର ମୂଲ୍ୟ କେତେ ରହିବ ତାହା ସ୍ପଷ୍ଟ କରାଯାଇନାହିଁ। କେବଳ ଟିଜରରେ ଅନଲିମିଡେଟ୍‌ କଲିଂର ସୁବିଧା ରହିବ ବୋଲି କୁହାଯାଇଛି। ବର୍ତ୍ତମାନ ବଜାରେ ଟାଟା ସ୍କାଏର ତିନିଟି ଅନଲିମିଡେଟ୍‌ ବ୍ରଡବ୍ୟାଣ୍ଡ ପ୍ଲାନ ବଜାରରେ ଉପଲବ୍ଧ। ଯେଉଁଥିରେ ୟୁଜର୍ସ ୨୫,୫୦ ଏବଂ ୧୦୦ ଏମ୍‌ବିପିଏସ୍‌ ସ୍ପିଡର ଡାଟା ମିଳୁଛି। ସେହିପରି, ୨୫ ଏମ୍‌ବିପିଏସ୍‌ ସ୍ପିଡ ପ୍ଲାନର ମୂଲ୍ୟ ୯୦୦ ଟଙ୍କା ୫୦ ଏମ୍‌ବିପିଏସ୍‌ ସ୍ପିଡ ପ୍ଲାନର ମୂଲ୍ୟ ୧୦୦୦ ଟଙ୍କା ରହିଥିବା ବେଳେ ୧୦୦ ଏମ୍‌ବିପିଏସ୍‌ ସ୍ପିଡ ପ୍ଲାନର ମୂଲ୍ୟ ୧,୧୦୦ ଟଙ୍କା ରହିଛି।

କେବଳ ଟାଟା ସ୍କାଏ ନୁହେଁ, ବିଏସ୍‌ଏନଏଲ୍‌, ଏୟାରଟେଲ ଏବଂ ଜିଓ ମଧ୍ୟ ବ୍ରଡବ୍ୟାଣ୍ଡ ପ୍ଲାନର ସୁବିଧା ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.