Below header

ଭୟଙ୍କର ବନ୍ୟା ଯୋଗୁଁ ବେହାଲ କାଲିଫର୍ଣ୍ଣିଆ: ଗଲାଣି ୨ ଜୀବନ, ପାଣି ଘେରରେ ହଜାର ହଜାର ଲୋକ

ପ୍ରବଳ ବନ୍ୟାରେ ଭାସୁଛି କାଲିଫର୍ଣ୍ଣିଆ । ପାଣିରେ ଭାସୁଛି ଶହଶହ ଗାଡ଼ି ମୋଟର । ରାସ୍ତାରେ ଉପରେ ବନ୍ୟା ପାଣି । ଏଭଳି ସ୍ଥିତି ଉପୁଜିଛି ଯେ, ରାସ୍ତାରେ ଚାଲୁଛି ଡଙ୍ଗା । ଉପୁଡ଼ି ପଡ଼ିଛି ବଡ଼ବଡ଼ ଗଛ । ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ନୂଆଦିଲ୍ଲୀ : ଆମେରିକା କାଲିଫର୍ଣ୍ଣିଆରେ ଭୟଙ୍କର ବନ୍ୟା । ପ୍ରବଳ ବନ୍ୟାରେ ଭାସୁଛି କାଲିଫର୍ଣ୍ଣିଆ । ପାଣିରେ ଭାସୁଛି ଶହଶହ ଗାଡ଼ି ମୋଟର । ରାସ୍ତାରେ ଉପରେ ବନ୍ୟା ପାଣି । ଏଭଳି ସ୍ଥିତି ଉପୁଜିଛି ଯେ, ରାସ୍ତାରେ ଚାଲୁଛି ଡଙ୍ଗା । ଉପୁଡ଼ି ପଡ଼ିଛି ବଡ଼ବଡ଼ ଗଛ । ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏପର୍ଯ୍ୟନ୍ତ ୨ ଜଣ ପ୍ରାଣ ହରାଇଛନ୍ତି । ଝଡ଼, ବର୍ଷା ଯୋଗୁ ବହୁ ଲୋକ ପ୍ରଭାବିତ ହୋଇଛନ୍ତି । ଲଗାଣ ବର୍ଷା ଫଳରେ ଟୁଲେ ନଦୀରେ ବନ୍ୟା ଆସିଛି । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଏବେ ବି ବହୁ ଲୋକ ପାଣି ଘେରରେ ରହିଛି। ବହୁ ଅଞ୍ଚଳରେ ବିଦ୍ୟୁତ କାଟ କରାଯାଇଛି । ସେଣ୍ଟ୍ରାଲ୍‌ କାଲିଫର୍ଣ୍ଣିଆର ଲକ୍ଷାଧିକ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ ନଥିବାରୁ ଲୋକେ ଅନ୍ଧାରରେ ଅଛନ୍ତି । ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତିନି ବର୍ଷ ହେଲା ମରୁଡ଼ି ସ୍ଥିତି ରହିଥିଲା । ଚଳିତବର୍ଷ ବନ୍ୟା ସବୁକିଛି ଉଜାଡ଼ି ଦେଇଛି ।ଏପଟେ ସାଉଦି ଆରବରେ ପ୍ରଳୟଙ୍କରୀ ବନ୍ୟା । ପାଣି ଘେରରେ ହଜାର ହଜାର ଲୋକ । ରାସ୍ତାଘାଟ ସବୁଆଡ଼େ ପାଣି ଆଉ ପାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.