Below header

ଏହି ଦେଶର ଇଂଜିନିୟର କଲେ କମାଲ କାମ, ୭୬୦୦ ଟନ୍‌ ଓଜନର ଅଟ୍ଟାଳିକାକୁ ଉଠାଇ ନେଲେ ଅନ୍ୟ ସ୍ଥାନ

ଚୀନ୍‌ର ସାଂଘାଇ ସହରରେ ଏପରି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ୭୬୦୦ ଟନ୍‌ର ଏକ ଅଟ୍ଟାଳିକାକୁ ବିନା ଭାଙ୍ଗିବାରେ ଅନ୍ୟତ୍ର ଉଠାଇ ନେଇଛନ୍ତି ଇଂଜିନିୟରମାନେ । ତାଙ୍କର ଏପରି ଇଂଜିନିୟରିଂ କୈାଶଳ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି ।

china building-4

୧୯୩୫ ମସିହାରେ ସାଂଘାଇର ଲାଗୋନା ପ୍ରାଥମିକ ବିଦ୍ୟାଳୟର ଏହି ୫ ମହଲା ବିଶିଷ୍ଟ ଅଟ୍ଟାଳିକାକୁ ଉଠାଇ ଅନ୍ୟ ସ୍ଥାନରେ ବସାଇ ପାରିଛନ୍ତି । ସ୍ଥାନୀୟ ପ୍ରଶାସନ କହିବା ଅନୁସାରେ‘ ଏହି ସ୍ଥାନରେ ଆଉ ଏକ ନୂତନ ଅଟ୍ଟାଳିକା ହେବ । ତେଣୁ ଏହାକୁ ନଭାଙ୍ଗି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଚୀନ୍‌ର ଇଂଜିନିୟରଙ୍କ ପାଖରେ ଏହି ଅଟ୍ଟାଳିକାକୁ ଭାଙ୍ଗିବାର ବିକଳ୍ପ ମଧ୍ୟ ଥିଲା ।

china building-3

ହେଲେ ସେମାନେ ତାଙ୍କର ଇଂଜିନିୟରିଂ ବିଦ୍ୟାର କମାଲ୍‌ ଦେଖାଇ ଏହାକୁ ଅକ୍ଷୁର୍ଣ୍ଣ ଭାବରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସଫଳ ହୋଇଛନ୍ତି । ଏହି ଅଟ୍ଟାଳିକାରେ ୧୯୮ ଟି ରୋବୋଟିକ ଗୋଡ଼ ଲଗାଯାଇ ଏହାକୁ ୬୨ ମିଟର ଦୂର ଯାଏ ଘୁଞ୍ଚାଇ ଦିଆଯାଇଛି । ମାତ୍ର ୧୮ ଦିନ ମଧ୍ୟରେ ଇଂଜିନିୟରମାନେ ଏହି କାମକୁ ସମ୍ପୁର୍ଣ୍ଣ କରି ଦେଖାଇ ପାରିଛନ୍ତି ।

ସେହିପରି ୨୦୧୭ ମସିହାରେ ୧୩୫ ବର୍ଷ ପୂରୁଣା ୨୦୦୦ ଟନ୍‌ ବିଶିଷ୍ଟ ଏକ ବୁଦ୍ଧ ମନ୍ଦିରକୁ ବିନା କ୍ଷତିରେ ତା’ର ମୂଳ ଜାଗାରୁ ୩୦ ମିଟର ଯାଏ ଘୁଞ୍ଚାଇ ଦେଇଥିଲେ । ଏହି କାମ ପାଇଁ ତାଙ୍କୁ ମାତ୍ର ୧୫ ଦିନ ସମୟ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.