କରୋନା ସହ ଲଢ଼ୁଥିବା ବେଷ୍ଟଫ୍ରେଣ୍ଡ ସ୍ମୃତି ଇରାନୀଙ୍କ ସୁସ୍ଥତା କାମନା କଲେ ଏକତା କପୁର, ଫଟୋ ସେୟାର କରି କହିଲେ ଏମିତି କଥା

କ୍ୟୁଁ କି ସାସ୍‌ ଭି କଭି ବୋହୂ ଥି ଅଭିନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନିକଟରେ କରୋନା ସଂକ୍ରମିତ ହୋଇଛନ୍ତି। କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ସ୍ମୃତି ନିଜେ ସୂଚନା ଦେଇଥିଲେ। ବୟନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିବା ପରେ ଇଣ୍ଡଷ୍ଟ୍ରୀର ଅନେକ ବନ୍ଧୁ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।

ଇତି ମଧ୍ୟରେ ତାଙ୍କ ବେଷ୍ଟ ଫ୍ରେଣ୍ଡ ତଥା ପ୍ରଯୋଜିକା ଏକତା କପୁର ମଧ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରି ସ୍ମୃତି ଇରାନୀଙ୍କ ସୁସ୍ଥତା କାମନା କରିଛନ୍ତି। ଏକତା ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଷ୍ଟୋରୀ ସେୟାର କରିଛନ୍ତି। ଏହି ଫଟୋରେ ସେ ସ୍ମୃତିଙ୍କ ସହ ପୋଜ୍‌ ଦେଉଥିବା ଦେଖାଯାଇଛି। ସ୍ମୃତିଙ୍କ କୋଳରେ ଏକତାଙ୍କ ପୁଅ ରବି ରହିଛି। ଫଟୋ ସେୟାର କରି ଏକତା କ୍ୟାପସନ୍‌ରେ ଲେଖିଛନ୍ତି ‘ମୋ ବେଷ୍ଟୀ, ପ୍ଲିଜ୍‌ କରୋନାକୁ ମାରିପକା’।

ekta

ସୂଚନାଯୋଗ୍ୟ ଯେ ୨୮ ଅକ୍ଟୋବରର ସ୍ମୃତି ଇରାନୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ସେ ନିଜ ସମ୍ପର୍କରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବାକୁ ଅନୁରୋଧ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.