Below header

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୮୧୫ ଆକ୍ରାନ୍ତ

ଭୁବନେଶ୍ୱର (କେନ୍ୟୁଜ୍): ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ଆଉ ୧୮୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୭୭ ହଜାର ୫୬୪ ରେ ପହଞ୍ଚିଛି ବୋଲି ଟ୍ବିଟ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।


ଆଜି ସୁସ୍ଥ ହୋଇଥିବା ୧୮୧୫ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦ ଜଣ, କଟକ ଜିଲ୍ଲାରୁ ୧୫୨ ଜଣ, ଅନୁଗୁଳ ଜିଲ୍ଲାରୁ ୧୪୮ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୭ ଜଣ, ପୁରୀ ଜିଲ୍ଲାରୁ ୯୬ ଜଣ, ମୟୂରଭଂଜ ଜିଲ୍ଲାରୁ ୮୩ ଜଣ, ବଲାଙ୍ଗୀର, ଯାଜପୁର ଜିଲ୍ଲାରୁ ୭୬ ଜଣ ଲେଖାଏଁ, କେନ୍ଦୁଝର ଜିଲ୍ଲାରୁ ୬୮ ଜଣ, ଭଦ୍ରକ ଜିଲ୍ଲାରୁ ୬୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୨ ଜଣ, ବରଗଡ଼ ଜିଲ୍ଲାରୁ ୬୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୦ ଜଣ ଓ କୋରାପୁଟ ଜିଲ୍ଲାରୁ ୫୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.