Below header

‘ମୋ ବାପାଙ୍କୁ ଛାଡ଼ିଦିଅ’, ମାଓବାଦୀଙ୍କୁ ଗୁହାରୀ କଲେ ନିଖୋଜ ଯବାନ୍‌ଙ୍କ କୁନି ଝିଅ

ମାଲକାନଗିରି (କେନ୍ୟୁଜ୍‌) : ‘ମୋ ବାପାଙ୍କୁ ଛାଡ଼ି ଦିଅ’ । ଗୁହାରୀ କରୁଛି ୫ ବର୍ଷର ଝିଅ । ମାଓବାଦୀଙ୍କ କବଜାରେ ଥିବା ଯବାନଙ୍କ ପାଇଁ ପରିବାରର ଗୁହାରୀ । ଯବାନଙ୍କ ପତ୍ନୀ ଏବଂ ୫ ବର୍ଷର କୁନି ଝିଅ ଗୁହାରି କଲେ ମାଓବାଦୀଙ୍କୁ।

ଛତିଶଗଡ଼ ବିଜାପୁର ଠାରେ ମାଓବାଦୀ ଏବଂ ଯବାନ୍‌ଙ୍କ ମଧ୍ୟରେ ଲଢ଼େଇ ବେଳେ ୨୨ ଜଣ ଯବାନ ସହିଦ ହୋଇଥିଲେ । ଏହି ସମୟରେ ଜଣେ ସିଆରପିଏଫ୍‌ କୋବ୍ରା ଯବାନ ନିଖୋଜ ଥିଲେ । ତାଙ୍କ ନାଁ ରାଜେଶ୍ୱର ସିଂ ମନହାସ। ରାଜେଶ୍ୱରଙ୍କ ଘର ହେଉଛି ଜମ୍ମୁକାଶ୍ମୀରରେ । ତେବେ ନିଖୋଜ ଜବାନଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ିଦେବା ପାଇଁ ମାଓବାଦୀଙ୍କୁ ଗୁହାରୀ କରିଛନ୍ତି । ଆଉ ରାଜେଶ୍ୱରଙ୍କ ପାଞ୍ଚ ବର୍ଷର ଝିଅ ବାପାଙ୍କୁ ଛାଡ଼ିଦେବା ପାଇଁ ମାଓବାଦୀ ଙ୍କୁ ଯେଭଳି ଭାବେ ନିବେଦନ କରିଛନ୍ତି ତାହା ଆଖିରେ ଲୁହ ନେଇ ଆସିବ ।

DAUGHTER-2

୨୨ ଜଣ ସହିଦ ଯବାନ୍‌ଙ୍କ ମରଶରୀର ଉଦ୍ଧାର ହେବା ପରେ ଜଣେ ଯବାନ ନିଖୋଜ ଥିବା ବସ୍ତର ଆଇଜି ସୂଚନା ଦେଇଥିଲେ। ସେପଟେ ଯବାନ ଜଣକ ସେମାନଙ୍କ କବଜାରେ ରହିଥିବା ଗତକାଲି ମାଓ ସଙ୍ଗଠନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା । ଏମିତିକି ରାଜେଶ୍ୱର ସୁରକ୍ଷିତ ଥିବା ମଧ୍ୟ ସେମାନେ ସ୍ପଷ୍ଟ କରିଥିଲେ । ଏପରିକି ଖୁବଶୀଘ୍ର ତାଙ୍କୁ ଛାଡ଼ି ଦିଆଯିବ ବୋଲି ମଧ୍ୟ କହିଥିଲେ । ବସ୍ତର ମାଓ ସଙ୍ଗଠନ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଟପ ମାଓ ନେତା ବସ୍ତର ମାଓ ସଙ୍ଗଠନର ମିଲଟାରୀ ପ୍ଲାଟୁନ ମୁଖ୍ୟ ହିଡ଼ମା ଏହି ଘଟଣାର ମାଷ୍ଟର ମାଇଣ୍ଡ ଥିବା କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.