ଭୁବନେଶ୍ୱର : ଭିଣୋଇ ଘରେ ନାବାଳିକାର ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ

ଭୁବନେଶ୍ୱର (କେନ୍ୟୁଜ୍‌) : ଜଣେ ୧୫ ବର୍ଷର ନାବାଳିକାର ମୃତ୍ୟୁ ହେଲା କେମିତି ? ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଭୁବନେଶ୍ୱର ପଟିଆ ଅନ୍ତର୍ଗତ କାନନ ବିହାର ଫେଜ-୧ରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଥିଲା । ତାହା ପୁଣି ବଡ ଭଉଣୀ କଲ୍ୟାଣୀ ସେଠୀ ଓ ଭିଣୋଇ ରମେଶ ଚନ୍ଦ୍ର ସେଠୀ ଙ୍କ ଘରୁ । ସେମାନେ ଏଠାକାର ୧୯୬ ପ୍ଲଟ୍‌ରେ ରୁହନ୍ତି ।
ସୂଚନା ଅନୁସାରେ ଅଳ୍ପଦିନ ହେବ ନାବାଳିକା ଜଣକ ଆସି ବଡ ଭଉଣୀ ଭିଣୋଇଙ୍କ ପାଖରେ ରହୁଥିଲେ। ଭିଣୋଇ କହିବା ଅନୁସାରେ ଘଟଣା ଦିନ ସେ କାମ କରିବା ପାଇଁ ବାହାରକୁ ଯାଇଥିଲେ। ବଡ଼ ଭଉଣୀ ମଧ୍ୟ ଘରେ ନଥିଲେ।

ଭଉଣୀ କଲ୍ୟାଣୀ କହିବା ଅନୁସାରେ ସେ ଘରକୁ ଫେରି ଦେଖିଲା ବେଳକୁ ସାନ ଭଉଣୀ ବାଲଟି ଭିତରେ ମୁଣ୍ଡ ଥାଇ ପଡି ରହିଥିଲା । ପରେ ଭଉଣୀ ଭିଣୋଇ ତାକୁ ମେଡିକାଲ୍ ଆଣିଲେ ଆଉ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । କ୍ୟାପିଟାଲ ହସ୍ପିଟାଲରେ ନାବାଳିକାର ପୋଷ୍ଟମର୍ଟମ ପରେ ଜଣାପଡ଼ିଛି ଯେ ତାର ବେକରେ ରସି ଲାଗି ଚିପି ହୋଇଯାଇଛି । ତେବେ ପୋଲିସ କହୁଛି ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ।

ଏପଟେ ବାଳିକାର ଭାଇ କହିଛନ୍ତି ଆମର ବାପା ମାଆ ନାହାଁନ୍ତି ତେଣୁ ଭଉଣୀ ଭିଣୋଇ ପାଖରେ ଝିଅକୁ ଛାଡିଥିଲୁ । ସେ ଯାହା କରିବେ। ଆମେତ ଦେଖିନୁ ପ୍ରକୃତ ଘଟଣା କଣ। ମୃତ ନାବାଳିକାର ଘର ବହାକଣ୍ଟିଆ କେନ୍ଦ୍ରାପଡ଼ା ,ପାଟକୁରା ଥାନା ଅଞ୍ଚଳରେ ଏବଂ ଭିଣୋଇଙ୍କ ଘର କେନ୍ଦ୍ରାପଡ଼ାରେ ଥିବା ଏକ ପାଖ ଗାଁରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.