Below header

ପଞ୍ଚାୟତ ନିର୍ବାଚନ ବନ୍ଦ ନେଇ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଲେ ନିର୍ଦ୍ଦେଶ : କୋଟିଆରେ ବନ୍ଦ ହେଲା ନିର୍ବାଚନ

କୋରାପୁଟ :  ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ବନ୍ଦ ରହିଛି । ବିଜ୍ଞପ୍ତି ଓ ନିର୍ବାଚନ ମଧ୍ୟରେ ସମୟର ବ୍ୟବଧାନ କମ୍‌ ଥିବାରୁ ଏହାକୁ ସ୍ଥଗିତ କରାଯାଇଛି । ଆସନ୍ତା ୮ ତାରିଖରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ହେବାର ଥିଲା ଫଳରେ ବିବାଦୀୟ କୋଟିଆରେ ମଧ୍ୟ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାକୁ ଯୋଜନା କରିଥିଲା । ସାଲୁର ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମିତି ଓ ଜିଲ୍ଲାପରିଷଦ ନିର୍ବାଚନ ନେଇ ଗତ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

kotia
photo credit: deccan chronicle

ପ୍ରକାଶଯୋଗ୍ୟ ଯେ ବିଜ୍ଞପ୍ତିର ମାତ୍ର ୭ ଦିନ ପରେ ମତଦାନ ହେଉଥିବାରୁ ଏହାକୁ ସବୁ ରାଜନୈତିକ ଦଳ ବିରୋଧ କରିଥିଲେ । ଏନେଇ ବିରୋଧୀ ଦଳର ନେତାମାନେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ମାମଲାର ବିଚାର କରି ହାଇକୋର୍ଟ ଆଜି ନିର୍ବାଚନ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେବା ପରେ ନିର୍ବାଚନ ବନ୍ଦ ରହିଛି । ସେହିକ୍ରମରେ କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ନିର୍ବାଚନ ମଧ୍ୟ ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.