ସୋରଡ଼ା : କନ୍ୟାଯାତ୍ରୀ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ୩୪ରୁ ଉର୍ଦ୍ଧ୍ଵ ଗୁରୁତର

ସୋରଡ଼ା(କେନ୍ୟୁଜ୍‌):  ବଡ଼ଗଡ଼ ଥାନା ବୋରଦା ନିକଟ କଲ୍‌ଭର୍ଟ ନିକଟରେ କନ୍ୟାଯାତ୍ରୀ ଟ୍ରକ୍‌ ଓଲଟି ପଡ଼ିବାରୁ ପ୍ରାୟ ୩୪ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବଡ଼ଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ଲେଖାହେବାଯାଏ କେହି ମୃତ୍ୟୁ ହୋଇଥିବା ଜଣାଯାଇନାହିଁ ।

badagada accident.JPG

ସୂଚନାନୁଯାୟୀ, ବରଯାତ୍ରୀ ଭୋଜି ଖାଇ ଫେରୁଥିବା ବେଳେ ବଡଗଡ଼ ଥାନା ବୋରଦା ନିକଟ କଲଭଟ ଠାରେ କନ୍ୟାଯାତ୍ରୀ ଟ୍ରକ ଓଲଟି ପଡ଼ିଥିଲା । ଫଳରେ ୩୪ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ମହିଳା, ପୁରୁଷ ଏବଂ ଛୋଟ ପିଲା ମଧ୍ୟ ଅଛନ୍ତି । ସମସ୍ତଙ୍କୁ ବଡଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଥିଲା । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସେଥିରେ ୪୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି । ସମସ୍ତ ଯାତ୍ରୀ ଗୌଡ଼ଗୋଠ ପଞ୍ଚାୟତ ନୂଆଗାଁର ବୋଲି ଜଣାପଡ଼ିଛି । ସେମାନେ ପୋଡାମରି ନିକଟ ଝରଣା ଗାଁରୁ ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା ।

Leave A Reply

Your email address will not be published.