କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ପରେ ବିଏମ୍‌ସି ସିଲ୍‌ କଲା ଟଙ୍କପାଣି ରୋଡ୍‌ ତରୁ ଆପାର୍ଟମେଣ୍ଟ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବାହାରିଲେ ପଜିଟିଭ୍‌ । ସିଲ୍‌ ହେଲା ଆପର୍ଟମେଣ୍ଟ। ଭୁବନେଶ୍ୱର ଟଙ୍କପାଣି ରୋଡ ସ୍ଥିତ ତରୁ ଆପାର୍ଟମେଣ୍ଟକୁ ଆଜି ବିଏମ୍‌ସି ସିଲ୍‌ କରିଛି । ଏହାକୁ ତୁରନ୍ତ ସାନିଟାଇଜ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଆପାର୍ଟମେଣ୍ଟ ଭିତରକୁ କାହାକୁ ଛଡ଼ା ଯାଉ ନାହିଁ ଏବଂ ଭାତରୁ ମଧ୍ୟ ବାହାରକୁ ବାହାରିବା ପାଇଁ ମନା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୧୦ ଦିନ ପାଇଁ ତରୁ ଆପାର୍ଟମେଣ୍ଟକୁ ସିଲ୍‌ କରାଯାଇଛି ।

ଆପାର୍ଟମେଣ୍ଟରେ ରହୁଥିବା ବାସିନ୍ଦା ଯେଉଁମାନେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ୧୦ ଦିନ ସମ୍ପୂର୍ଣ୍ଣ ଆଇସୋଲେସନ୍‌ ଏବଂ ୭ ଦିନ ନିଜ ଘରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି ।

APRTMENT

 

Leave A Reply

Your email address will not be published.