Below header

ଦୁର୍ଘଟଣାରେ ପତ୍ନୀ ଏବଂ ପୁଅକୁ ହରାଇଥିଲେ ବ୍ୟକ୍ତି, କଞ୍ଜ୍ୟୁମର କୋର୍ଟଙ୍କ ନିର୍ଦ୍ଦେଶରେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଲା ଟ୍ରାଭେଲ ଏଜେନ୍ସୀ

କଞ୍ଜ୍ୟୁମର କୋର୍ଟଙ୍କ ନିର୍ଦ୍ଦେଶରେ ସାମ୍ବାଦିକା କନୁପ୍ରିୟା ସୈଗଲଙ୍କ ସ୍ୱାମୀଙ୍କୁ ମିଳିଲା ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ । ଟ୍ରାଭେଲ ଏଜେନ୍ସୀ ଥୋମାସ କୁକ୍‌ ଏବଂ ଟୁର ଅପରେଟର ରେଡ ଆପଲର ଦାୟିତ୍ୱହୀନତା ଯୋଗୁଁ ଦୁର୍ଘଟଣା ହୋଇଥିଲା । ୨୦୧୯ରେ କଲମ୍ବୋରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଏନଡି ଟିଭି ଆଙ୍କର କନୁପ୍ରିୟା ସୈଗଲ ଏବଂ ତାଙ୍କ ପୁଅ ଶ୍ରେୟସ ।

ଏନଡି ଟିଭି ଆଙ୍କର କନୁପ୍ରିୟା ସୈଗଲ ଏବଂ ତାଙ୍କୁ ପୁଅ ଶ୍ରେୟସଙ୍କ ମୃତ୍ୟୁରେ ୫୦ ଲକ୍ଷ କ୍ଷତିପୂରଣ ଦେଇଛି ଟ୍ରାଭେଲ ଏଜେନ୍ସୀ । ୨୦୧୯ରେ ଶ୍ରୀଲଙ୍କା କଲମ୍ବୋରେ କନୁପ୍ରିୟା ଏବଂ ତାଙ୍କ ସ୍ୱାମୀ ଯୋଗେଶ ସୈଗଲ, ପୁଅ ଝିଅ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ କୁନପ୍ରିୟା ଏବଂ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଏବଂ ଝିଅ ଅଳ୍ପକେ ରକ୍ଷା ପାଇଥିଲେ । ଏନେଇ କଞ୍ଜ୍ୟୁମର କୋର୍ଟରେ ଅଭିଯୋଗ କରିଥିଲେ ସ୍ୱାମୀ ଯୋଗେଶ ।

ଏହାକୁ ନେଇ ଯୋଗେଶ କହିଛନ୍ତି, କୋଭିଡ ବେଳେ କୋର୍ଟ ବନ୍ଦ ରହିଥିଲା । ତେଣୁ ଏହି ମାମଲାକୁ ନେଇ ୨୦୨୨ରେ କଞ୍ଜ୍ୟୁମର କୋର୍ଟକୁ ଆମେ ଯାଇଥିଲୁ । କଞ୍ଜ୍ୟୁମର କୋର୍ଟ ପକ୍ଷରୁ ଖୁବଶୀଘ୍ର ଏହି ମାମଲାରେ ନିଷ୍ପତ୍ତି ନେଇ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ଟ୍ରାଭେଲ ଏଜେନ୍ସୀକୁ କହିଛନ୍ତି । ଏସବୁକୁ ପ୍ରମାଣିତ କରିବା ପାଇଁ ଅନେକ ପ୍ରମାଣ ଦେବାକୁ ପଡିଥିଲା । ଦୁର୍ଘଟଣା ଶ୍ରୀଲଙ୍କାରେ ହୋଇଥିଲା, ତେଣୁ ସବୁ ଡକ୍ୟୁମେଣ୍ଟ ଆମ ପାଖରେ ନଥିଲା । ତେଣୁ ଏହାକୁ ପାଇବା ପାଇଁ ଭାରତୀୟ ଦୂତାବାସ ସହାୟତା କରିଥିଲା ।

ଟ୍ରାଭେଲ ଏଜେନ୍ସୀର ବ୍ୟବହାରକୁ ନେଇ ଯୋଗେଶ କହିଛନ୍ତି, ଶ୍ରୀଲଙ୍କାରେ ଦୁଇ ସପ୍ତାହ ହସପିଟାଲ ରହିବା ପରେ ଏୟାରଲିଫ୍ଟ ହେବାକୁ ଇନ୍ସୁରାନ୍ସ କମ୍ପାନୀ ସହାୟତା କରିଥିଲା । କିନ୍ତୁ ଟ୍ରାଭେଲ ଏଜେନ୍ସୀ କିଛି ସହାୟତା କରି ନଥିଲା । ଅବହେଳା କରିବା କାରଣରୁ ଏହାକୁ ନେଇ କଞ୍ଜ୍ୟୁମର କୋର୍ଟରେ କେସ୍‌ କରାଯାଇଥିଲା ।

ଟ୍ରାଭେଲ ଏଜେନ୍ସୀ ଦେଇଥିବା ଡ୍ରାଇଭରଙ୍କ ବୟସ ଅଧିକ ଥିଲା । ଏହାସହିତ ସେ ମେଡିକାଲ ଅନଫିଟ ଥିଲେ । ଡ୍ରାଇଭରର ଭୁଲ ଯୋଗୁଁ ଦୁର୍ଘଟଣା ହୋଇଛି ବୋଲି ପୋଲିସ ଏଫଆଇଆରରେ କୁହାଯାଇଥିଲା । ଗାଡିର ଲାଇସେନ୍ସ ନଥିଲା । ପ୍ରାଇଭେଟ ଗାଡିରେ ନେଇଥିବା ଟ୍ରାଭେଲ ଏଜେନ୍ସୀ ସବୁକିଛି ଭୁଲ୍‌ କରିଥିଲା ।

ତେଣୁ ଯୋଗେଶ ଟ୍ରାଭେଲ ଏଜେନ୍ସୀ ଥୋମାସ କୁକ୍‌ ଏବଂ ଟୁର ଅପରେଟର ରେଡ ଆପଲ୍‌ ଉପରେ କେସ୍‌ କରାଯାଇଥିଲା । ଏହି ଦୁହିଁଙ୍କ ଉପରେ ଜରିମାନା ଲଗାଯାଇଥିଲା । ଫଳରେ କଞ୍ଜ୍ୟୁମର କୋର୍ଟଙ୍କ ନିର୍ଦ୍ଦେଶରେ ଯୋଗେଶଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.