ଖଣ୍ଡଗିରି ବାରିରେ ଶାଶୁଙ୍କୁ ହତ୍ୟା ଘଟଣା, ବୋହୂ ବୈଶାଖୀଙ୍କୁ ଗିରଫ କଲା ପୋଲିସ

ଖଣ୍ଡଗିରି ବାରିରେ ଶାଶୁ ମଦା ପଲେଇଙ୍କୁ ଗଳା କାଟି ହତ୍ୟା ଘଟଣାରେ ବୋହୂ ବୈଶାଖୀ ପଲେଇକୁ ଗିରଫ କଲା ଭରତପୁର ପୋଲିସ । ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ନେଇ ମିଳିଲା ପ୍ରମାଣ । ଘଟଣାର ୮ ଦିନ ପରେ ପାଇଖାନା ଟାଙ୍କିରୁ ପ୍ରମାଣ ଖୋଜି ପାଇଥିଲା ପୋଲିସ।

ଭୁବନେଶ୍ୱର (କେନ୍ୟୁଜ): ଖଣ୍ଡଗିରି ବାରିରେ ଶାଶୁ ମଦା ପଲେଇଙ୍କୁ ଗଳା କାଟି ହତ୍ୟା ଘଟଣାରେ ବୋହୂ ବୈଶାଖୀ ପଲେଇକୁ ଗିରଫ କଲା ଭରତପୁର ପୋଲିସ । ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ନେଇ ମିଳିଲା ପ୍ରମାଣ । ଘଟଣାର ୮ ଦିନ ପରେ ପାଇଖାନା ଟାଙ୍କିରୁ ପ୍ରମାଣ ଖୋଜି ପାଇଥିଲା ପୋଲିସ। ହତ୍ୟାରେ ବ୍ୟବହୃତ ଛୁରି ଖୋଜିବା ପାଇଁ ପୋଲିସ ପାଇଖାନା ଟାଙ୍କି ସଫା କରିଥିଲା। ସେସପୁଲ ଗାଡି ଦ୍ୱାରା ପାଇଖାନା ଟାଙ୍କି ସଫା କରିଥିଲା ଭରତପୁର ପୋଲିସ ।

ବୋହୂ ବୈଶାଖୀଙ୍କ ସମ୍ପୃକ୍ତି ନେଇ ପୋଲିସକୁ ମିଳିଛି ଠୋସ୍ ପ୍ରମାଣ । ହତ୍ୟାକାଣ୍ଡ ପରେ ବୈଶାଖୀ ପାଇଖାନାକୁ ହାତ ଧୋଇବାକୁ ଯାଇଥିଲେ । ଗତ ମଙ୍ଗଳବାର ମଦା ପଲେଇଙ୍କ ହତ୍ୟା କରାଯାଇଥିଲା । ବୋହୂର ପରକୀୟା ପ୍ରୀତିରୁ ଶାଶୁଙ୍କୁ ଗଳା କାଟି ହତ୍ୟା କରାଯାଇଥିବା କଥା ନେଇ ପୋଲିସ ସନ୍ଦେହ କରୁଥିଲା । ମଦା ପଲେଇଙ୍କ ଘର ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.