Below header

ଛଅ ଥର ମୁଣ୍ଡ ଅପରେସନ ପରେ ବି ସୁଧୁରୁନି ସ୍ୱାସ୍ଥ୍ୟ ଅବସ୍ଥା, ଭଲ ଚିକିତ୍ସା ପାଇଁ ପ୍ରଶାସନକୁ ଗୁହାରୀ ଜଣାଇଛନ୍ତି ପଦ୍ମପୁରର ଆଶିଷ

୨୦୧୯ ମସିହାରେ ଆଶିଷ ହଠାତ ଦିନେ ବେହୋସ ହୋଇ ଯାଇଥିଲା , ପରିବାର ଲୋକ ତାକୁ ଡାକ୍ତରଖାନା ନେଇଥିଲେ , ଡାକ୍ତର ଆଶିଷର ମୁଣ୍ଡରେ ପାଣି ଜମା ହୋଇଥିବା କହିବା ପରେ ପରିବାର ଉପରେ  ଯେମିତି ଗୋଟିଏ ବୋଝ ପଡିଯାଇଥିଲା । ଆର୍ଥିକ ସମସ୍ୟା ଦେଇ ପରିବାର ଚଲୁଥିବା ବେଳେ ଏବେ ଏହି ସମସ୍ୟା ମୁଣ୍ଡ ଉପରେ ଚଡକ ଭଳି ପଡିଲା ।  ଧିରେ ଧିରେ ଆଶିଷର ହାତ ଗୋଡ ଅକାମି ହୋଇଗଲା । ଚଲାବୁଲା କରି ପାରିଲା ନାହିଁ । ଛଅ ଥର ଅପରେସନ କଲାପରେ ମଧ୍ୟ ଆଶିଷ ର ସ୍ୱାସ୍ଥ୍ୟ ଅବସ୍ଥା ରେ କୌଣସି ପରିବର୍ତନ ହୋଇ ନ ଥିଲା ।ଭଲ ଚିକିତ୍ସା ପାଇଁ ପ୍ରଶାସନକୁ ଗୁହାରୀ ଜଣାଇଛନ୍ତି ପଦ୍ମପୁରର ଆଶିଷ

ଆଖିରେ ଥିଲା କେତେ ଯେ ସପନ,ପାଠ ପଢି ଭଲ ମଣିଷ ଟିଏ ହେବ । ଘର ଚଳାଇବା ପାଇଁ ମଜୁରି କରି ପରିବାର ପୋଷଣ କରୁଥିବା ବାପାଙ୍କୁ ସାହାଯ୍ୟ ଟିକେ କରିବ । କିନ୍ତୁ ତାଙ୍କର ସବୁ ସ୍ବପ୍ନ ଖାଲି ସ୍ବପ୍ନରେ ରହିଗଲା । ବିଛଣାରେ ପଡ଼ିବା ପରେ ତାଙ୍କର ସବୁ ସ୍ବପ୍ନ  ମଉଳି ଯାଇଛି । ଆମେ କହୁଛୁ  ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଚାରପାଲି ଗ୍ରାମ ପଂଚାୟତ ନାଗେଲମାଲ ଗାଁ ର ଦେବାନନ୍ଦ ଧରେଇ ଓ ସୌଦାମିନୀ ଧରେଇ ଙ୍କ ପୁଅ ଆଶିଷ ଧରେଇଙ୍କ କଥା ।

ଦୀର୍ଘ ଚାରି ବର୍ଷ ହେବ ପଙ୍ଗୁ ହୋଇ ବିଛଣାରେ ପଡି ରହିଛି ଆଶିଷ । ଛୋଟ ବେଳେ ଭଲ ପାଠ ପଢୁଥିବା ଆଶିଷ ଗାଁ ବିଦ୍ୟାଳୟରୁ ପ୍ରଥମେ ପାଠ ପଢା ଆରମ୍ଭ କରିଥିଲା । ଜଣେ ମେଧାବୀ ଛାତ୍ର ଭାବରେ ବିଦ୍ୟାଳୟରେ ନିଜର ନାଁ କରିଥିବା ଆଶିଷ ଆଜି ଘରେ ବଛଣାରେ ପଡିରହିଛି । ୨୦୧୯ ମସିହାରେ ଆଶିଷ ହଠାତ ଦିନେ ବେହୋସ ହୋଇ ଯାଇଥିଲା , ପରିବାର ଲୋକ ତାକୁ ଡାକ୍ତରଖାନା ନେଇଥିଲେ , ଡାକ୍ତର ଆଶିଷର ମୁଣ୍ଡରେ ପାଣି ଜମା ହୋଇଥିବା କହିବା ପରେ ପରିବାର ଉପରେ  ଯେମିତି ଗୋଟିଏ ବୋଝ ପଡିଯାଇଥିଲା । ଆର୍ଥିକ ସମସ୍ୟା ଦେଇ ପରିବାର ଚଲୁଥିବା ବେଳେ ଏବେ ଏହି ସମସ୍ୟା ମୁଣ୍ଡ ଉପରେ ଚଡକ ଭଳି ପଡିଲା ।  ଧିରେ ଧିରେ ଆଶିଷର ହାତ ଗୋଡ ଅକାମି ହୋଇଗଲା । ଚଲାବୁଲା କରି ପାରିଲା ନାହିଁ । ଆଶିଷ ଉପରେ ପରିବାର ଲୋକଙ୍କ କେତେ ଯେ ଆଶା ରହିଥିଲା ଏବଂ ଆଶିଷ ମଧ୍ୟ ଅନେକ ସ୍ବପ୍ନ ଦେଖିଥିଲା ।

ଆଶିଷର ବାପା ଜଣେ ଦିନ ମଜୁରିଆ ସେ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଲେ ।  ଆଶିଷର  ପାଠ ପଢା ହୁଏ । ହେଲେ ପୁଅର ଚିକିତ୍ସାପାଇଁ  ନିଜ ସାମର୍ଥ ଅନୁସାରେ ଚିକିତ୍ସା କଲେ ଓ ପରେ ଗାଁ ଲୋକଙ୍କୁ ସହେଯାଗ ମାଗି ଆଶିଷକୁ ବୁର୍ଲା ପରେ କଟକ ବଡ ମେଡିକାଲ ରେ ଛଅ ଥର ମୁଣ୍ଡ ଅପରେସନ କରାଇଥିଲେ । ହେଲେ ଛଅ ଥର ଅପରେସନ କଲାପରେ ମଧ୍ୟ ଆଶିଷ ର ସ୍ୱାସ୍ଥ୍ୟ ଅବସ୍ଥା ରେ କୌଣସି ପରିବର୍ତନ ହୋଇ ନ ଥିଲା ।

ଆଜକୁ ଦୀର୍ଘ ଚାରି ବର୍ଷ ହେବ ଆଶିଷ ସେଭଲି ବିଛଣାରେ ପଡି ରହିଛି ଓ ତା ପାଠ ପଢା ମଧ୍ୟ ତା ଭଲି ପଙ୍ଗୁ ହୋଇ ରହିଛି । ନିଜ ସାମର୍ଥ ଓ ଗାଁ ଲୋକଙ୍କ ସାହାର୍ଯ୍ୟରେ ବାପା ଦେବାନନ୍ଦ ତାଙ୍କ ପୁଅ ଆଶିଷ ର ଚିକିତ୍ସା କରି ଶେଷରେ ହତାସ ହୋଇ ପଡିଛନ୍ତି । ଆଶିଷଙ୍କ ଚିକିତ୍ସ ପାଇଁ ବାପା  ବରଗଡ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କୁ ଯାଇ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି । ଆଶିଷ ନିଜେ  ମଧ୍ୟ ସରକାର ତଥା ପ୍ରଶାସନକୁ ଗୁହାରୀ କରୁଛି । ଚିକିତ୍ସା ପାଇଁ ପ୍ରଶାସନ ସହେଯାଗ କଲେ ସେ ଏହି ରୋଗରୁ ଭଲ ହୋଇ, ପୁଣି ଚାଲି ପାରିବ ଓ ତାର ଅଧୁରା ସପନ ପୁରା କରି ପାରିବ । ପାଠ ପଢି ନିଜର ତଥା ବାପା ମାଁ ଙ୍କ ସ୍ୱପ୍ନ ପୁରା କରି ପାରିବ । ଏ ବିଷୟରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କୁ ପଚରାଯିବାରୁ ସେ ଏ ବିଷୟରେ ଉପଜିଲ୍ଲାଙ୍କ ସହ ଆଲୋଚନା କରି ଆଶିଷର ଚିକିତ୍ସା କିଭଲି ଭଲ ଭାବରେ ହୋଇ ପାରିବ ତଥା ଆଶିଷ ସରକାରୀ ସହାୟତା ପାଇ ପାରିବ ସେଥିପାଇଁ ବ୍ୟବସ୍ଥା କରିବେ ଓ ନିଜ ପକ୍ଷରୁ ମଧ୍ୟ ସହାୟତା କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.