ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌

ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ରେଡ୍। କଟକ ବାଙ୍କୀ ଡମପଡା ବ୍ଲକ ଦୁଲଣାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନିଲ ସାହୁଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ବିଭାଗ। ଦୁଲଣାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ କରୁଛି କଟକ ଭିଜିଲାନ୍ସ ବିଭାଗ।

ବାଙ୍କୀ (କେନ୍ୟୁଜ): ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ରେଡ୍। କଟକ ବାଙ୍କୀ ଡମପଡା ବ୍ଲକ ଦୁଲଣାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନିଲ ସାହୁଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ବିଭାଗ। ଦୁଲଣାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ କରୁଛି କଟକ ଭିଜିଲାନ୍ସ ବିଭାଗ।

ସୁନିଲଙ୍କ ଦୁଳଣାପୁର ସ୍ଥିତ ତିନି ମହଲା ବିଶିଷ୍ଟ ପୈତୃକ ଘର, ତୁଳସୀପୁର ସ୍ଥିତ ଶ୍ବଶୁର ଘର ଓ ପେଟ୍ରୋଲ ପମ୍ପରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ ଜାରି ରହିଛି। ରେଡ୍ ବେଳେ ଜବତ ହୋଇଛି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର। ଗତ ୨୦୧୯/୨୦୨୧ ଆର୍ଥିକ ବର୍ଷରେ ପଞ୍ଚାୟତର ବିଭିନ୍ନ ଯୋଜନାରେ ବ୍ୟାପକ ଘୋଟାଲା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଦୁଲଣାପୁର ଗ୍ରାମ ପଞ୍ଚାୟତର ଲୋକେ ଲୋକାୟୂକ୍ତରେ ଅଭିଯୋଗ କରିଥିଲେ।