Below header

ବିଶ୍ୱକପ ୨୦୨୩ରେ ସୂଚୀରେ ହେବନି ଆଉ କୌଣସି ପରିବର୍ତ୍ତନ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ମନା କଲା ବିସିସିଆଇ

ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ ସୂଚୀରେ ଏବେ ହେବନି ଆଉ କୌଣସି ପରିବର୍ତ୍ତନ । ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଅପିଲକୁ ମାନିବାକୁ ମନା କଲା ବିସିସିଆଇ । ଲଗାତାର ଦୁଇଟି ମ୍ୟାଚକୁ ନେଇ ଆପତ୍ତି କରିଥିଲା ଆସୋସିଏସନ ।

ବିଶ୍ୱକପ ୨୦୨୩ ସୂଚୀ ପାଇଁ ଆଉ କୌଣସି ପରିବର୍ତ୍ତନ କରିବ ନାହିଁ ବିସିସିଆଇ । ହାଇଦ୍ରାବାଦ କ୍ରିକେଟ ଆସୋସିଏସନ କରିଥିବା ଅପିଲକୁ ମନା କରିଦେଇଛି ବିସିସିଆଇ । ଏହା ନେଇ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ମଧ୍ୟ ସହମତି ବ୍ୟକ୍ତ କରିଛି । ପୂର୍ବରୁ ବିଶ୍ୱକପ ସୂଚୀରେ ପରିବର୍ତ୍ତନ କରିବା ପାଇଁ ଆସୋସିଏସନ ଦାବି କରିଥିଲା ।

ଏଲ ନାଗେଶ୍ୱର ରାଓ ଦ୍ୱାରା ନିଯୁକ୍ତ ଟିମର ସଦସ୍ୟ ଦୁର୍ଗା ପ୍ରସାଦ କହିଛନ୍ତି, ବିସିସିଆଇ ସହିତ ଚର୍ଚ୍ଚା କରାଯାଇଥିଲା, କିନ୍ତୁ ଏବେ ଆଉ ସୂଚୀରେ ପରିବର୍ତ୍ତନ ସମ୍ଭବ ନୁହେଁ । ତେଣୁ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ କରିଥିବା ଦାବିକୁ ମାନିବା ସମ୍ଭବପର ନୁହେଁ ।

ସୂଚନାଯୋଗ୍ୟ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ୍ ତରଫରୁ ଏକ ଚିଠି ମାଧ୍ୟମରେ ବିସିସିଆଇକୁ ମ୍ୟାଚ ତାରିଖ ପରିବର୍ତ୍ତନ କରିବା ପାଇଁ ଦାବି କରିଥିଲା । ଅକ୍ଟୋବର ୯ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ ନ୍ୟୁଜିଲାଣ୍ଡ ଏବଂ ନେଦରଲାଣ୍ଡ ବିପକ୍ଷ ମ୍ୟାଚ । ଏହା ପରଦିନ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଉ ଏକ ହାଇ ଭୋଲଟେଜ ମ୍ୟାଚ ରହିଛି । ତେବେ ଲଗାତାର ଦୁଇ ଦିନରେ ଦୁଇଟି ମ୍ୟାଚ ରହିଥିବା ବେଳେ ହାଇଦ୍ରାବାଦ ପୋଲିସ ପାଇଁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା କଷ୍ଟକର ହୋଇପାରେ । ନିଜର ସମସ୍ୟା ନେଇ ହ୍ରାଇଦ୍ରାବାଦ କ୍ରିକେଟ ଆସୋସିଏସନ ବିସିସିଆଇକୁ ଜଣାଇଥିଲା ।

ଏହା ପୂର୍ବରୁ ନଭେମ୍ବର ୧୧ ତାରିଖରେ କୋଲକାତାରେ ହେବାକୁ ଥିବା ପାକିସ୍ତାନ-ଇଂଲଣ୍ଡ ମ୍ୟାଚରେ ପରିବର୍ତ୍ତନ କରିଥିଲା ବିସିସିଆଇ । ତେବେ ନୂଆ ସୂଚୀ ଅନୁସାରେ ଏହି ମ୍ୟାଚ ନଭେମ୍ବର ୧୧ ତାରିଖରେ ଖେଳାଯିବ । ସେହିପରି ବିଶ୍ୱକପର ସବୁଠାରୁ ହାଇ ଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ । ପ୍ରଥମେ ଏହା ଅକ୍ଟୋବର ୧୫ ତାରିଖରେ ଖେଳାଯିବାକୁ ଥିବା ବେଳେ ବର୍ତ୍ତମାନ ଏଥିପାଇଁ ଅକ୍ଟୋବର ୧୪ ତାରିଖ ଧାର୍ଯ୍ୟ କରାଯାଇଛି ।

ବିଶ୍ୱକପ ୨୦୨୩ ମ୍ୟାଚ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ । ଚାମ୍ପିଅନ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଲାଯିବ । ତେବେ ଭାରତରେ ପ୍ରଥମ ଥର ସଂପୂର୍ଣ୍ଣ ବିଶ୍ୱକପ ଆୟୋଜନ କରାଯାଉଛି । ଏଥିପାଇଁ ୧୦ଟି ସ୍ଥାନ ଚୟନ କରାଯାଇଛି । ଉଦଘାଟନୀ ମ୍ୟାଚ ଏବଂ ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.