Below header

କରମଣ୍ଡଳ ୧୨୮ କିମି ତ ଯଶବନ୍ତପୁର ଏକ୍ସପ୍ରେସ୍‌ ୧୨୬ କିମି ପ୍ରତି ଘଣ୍ଟା ବେଗରେ ଥିଲା…ରେଲୱେ ବୁଝାଇଲା ପୂରା ଘଟଣା

ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୀଷଣ ଟ୍ରେନ୍‌ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡ ପ୍ରେସ୍‌ କନ୍‌ଫରେନ୍ସ କରି ପୂରା ଘଟଣା ସମ୍ପର୍କରେ ବୁଝାଇଛି। ରେଲୱେ ବୋର୍ଡର ସଦସ୍ୟ ଜୟା ବର୍ମା କହିଛନ୍ତି, ଆମେ କିଛି ଭୁଲ୍‌ ତଥ୍ୟ ଉପରେ ସୂଚନା ଦେବାକୁ ଚାହୁଁଛୁ, ଯେପରି ସ୍ଥିତି ସ୍ପଷ୍ଟ ହୋଇପାରିବ।

ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୀଷଣ ଟ୍ରେନ୍‌ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡ ପ୍ରେସ୍‌ କନ୍‌ଫରେନ୍ସ କରି ପୂରା ଘଟଣା ସମ୍ପର୍କରେ ବୁଝାଇଛି। ରେଲୱେ ବୋର୍ଡର ସଦସ୍ୟ ଜୟା ବର୍ମା କହିଛନ୍ତି, ଆମେ କିଛି ଭୁଲ୍‌ ତଥ୍ୟ ଉପରେ ସୂଚନା ଦେବାକୁ ଚାହୁଁଛୁ, ଯେପରି ସ୍ଥିତି ସ୍ପଷ୍ଟ ହୋଇପାରିବ। ସେ କହିଛନ୍ତି ଯେ ଏହି ଦୁର୍ଘଟଣା ଜୁନ୍‌ ୨ ସନ୍ଧ୍ୟା ୬ଟା ୫୫ ମିନିଟ୍‌ରେ ଘଟିଥିଲା। ଏଥିରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାର ଶିକାର ହୋଇଥିଲା।

ଜୟା ବର୍ମା କହିଛନ୍ତି, ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଲେଓ୍ଵ ଷ୍ଟେସନରେ ଯେଉଁ ଅନ୍ୟ ଟ୍ରେନ୍‌ ଛିଡ଼ା ହୋଇଥିଲା, କରମଣ୍ଡଳ ଏହା ସଂସ୍ପର୍ଶରେ ଆସିଥିଲା। ସେହି ସମୟରେ ଦୁଇଟି ମେଲ୍‌ ଏକ୍ସପ୍ରେସ୍‌ ଗାଡ଼ିକୁ ଭିନ୍ନ ଭିନ୍ନ ଦିଗ ଦେଇ ଯିବାର ଥିଲା। ଷ୍ଟେସନରେ ଦୁଇଟି ମେନ୍‌ ଲାଇନ୍‌ ରହିଛି, ଯେଉଁଠି ଟ୍ରେନ୍‌ ଅଟକି ନ ଥାଏ। ପାର୍ଶ୍ୱରେ ଯେଉଁ ଦୁଇଟି ଲାଇନ୍‌ ଅଛି, ତାହାକୁ ଲୁପ୍‌ ଲାଇନ୍‌ କୁହାଯାଏ, ଯେଉଁଠି ଗାଡ଼ିକୁ ଅଟକା ଯାଇଥାଏ।

ବୋର୍ଡ ମୁତାବକ, ଲୁପ୍‌ ଲାଇନରେ ଦୁଇଟି ଗାଡ଼ି ଛିଡ଼ା ହୋଇଥିଲା। ଗାଡ଼ିଗୁଡ଼ିକୁ ସେଠାରେ ଅଟକାଯାଇଥିଲା, ଯେପରି ବାକି ଲାଇନ୍‌ରେ ନନ୍‌-ଷ୍ଟପ୍‌ ଗାଡ଼ି ଯାଇପାରିବ। ଚେନ୍ନାଇ ପାର୍ଶ୍ୱରୁ ଯଶବନ୍ତପୁର ଏକ୍ସପ୍ରେସ୍‌ ବେଙ୍ଗାଲୁରୁରୁ ଆସୁଥିଲା ଏବଂ ଏହାର ଆଓ୍ଵାଜ୍‌ ଶୁଭୁଥିଲା। ଏହି ଗାଡ଼ି କରମଣ୍ଡଳର କିଛି ସେକେଣ୍ଡ ପୂର୍ବରୁ ଆସୁଥିଲା। ସେହିପରି ହାଓ୍ଵଡା ପାର୍ଶ୍ୱରୁ ଶାଲିମାର୍‌ ରେଲେଓ୍ଵ ଷ୍ଟେସନରୁ କରମଣ୍ଡଳ ଏକ୍ସପ୍ରେସ୍‌ ଚେନ୍ନାଇ ଯିବା ପାଇଁ ଆସୁଥିଲା, ଏଥିପାଇଁ ସିଗ୍ନାଲ ଗ୍ରୀନ୍‌ ଥିଲା ଏବଂ ସବୁ କିଛି ସେଟ୍‌ ଥିଲା।

ଗ୍ରୀନ୍‌ ସିଗ୍ନାଲ ମୁତାବକ, ଡ୍ରାଇଭରଙ୍କୁ ନିଜର ସ୍ଥିରୀକୃତ ବେଗ ଅନୁସାରେ ନ ଅଟକି ଆଗକୁ ଯିବାର ଥିଲା। ଏଥିପାଇଁ ଟ୍ରେନ୍‌ ୧୨୮ କିମି ପ୍ରତି ଘଣ୍ଟା ସ୍ପିଡ୍‌ରେ ଯାଉଥିଲା। ସେପଟେ ଯଶବନ୍ତପୁର ଏକ୍ସପ୍ରେସ୍‌ ମଧ୍ୟ ୧୨୬ କିମି ପ୍ରତି ଘଣ୍ଟା ବେଗରେ ଆସୁଥିଲା। ଏଠି ଓଭର୍‌ସ୍ପୀଡିଙ୍ଗ୍‌ର କଥା ନ ଥିଲା, ବରଂ ପାଇଲଟ୍‌ଙ୍କୁ ସିଗ୍ନାଲ୍‌ ଗ୍ରୀନ୍‌ ଦେଖାଯାଉଥିବାରୁ ଟ୍ରେନ୍‌କୁ ସିଧା ଯିବାର ଥିଲା। କେବଳ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.