ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା : ହେଲ୍‌ପ ଲାଇନ୍‌ ନମ୍ବର ଜାରି କଲା ବିଏମ୍‌ସି

ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ(ବିଏମସି) ପକ୍ଷରୁ ହେଲ୍‌ପ ଲାଇନ୍‌ ନମ୍ବର ଜାରି ହୋଇଛି। ୧୯୨୯ ନମ୍ବରକୁ କଲ କରି ମୃତଦେହ ବିଷୟରେ ଜାଣି ପାରିବେ ସମ୍ପର୍କୀୟ।

ଭୁବନେଶ୍ୱର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ନେଇ ବିଏମସି ପକ୍ଷରୁ ଜାରି ହୋଇଛି ହେଲ୍ପ ଲାଇନ୍ ନମ୍ବର। ୧୯୨୯ ନମ୍ବରକୁ କଲ କରି ମୃତଦେହ ବିଷୟରେ ଜାଣି ପାରିବେ ସମ୍ପର୍କୀୟ। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ।

ବିଏମସି ୱେବସାଇଟରେ ମଧ୍ୟ ମୃତକଙ୍କ ଫଟୋ ଏବଂ ସମ୍ପୂର୍ଣ୍ଣ ବିବରଣୀ ଅପଲୋଡ କରାଯିବ । ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ଖୋଲାଯାଇଛି । ସେଠାରୁ ମଧ୍ୟ ମୃତକଙ୍କ ବିଷୟରେ ସୂଚନା ଜାଣି ପାରିବେ ସମ୍ପର୍କୀୟ । ଏହାସହ ସମ୍ପର୍କୀୟ ଚାହିଁଲେ ଭୁବନେଶ୍ୱର ଠାରେ ଅନ୍ତିମ ସଂସ୍କାର କରିବା ବ୍ୟବସ୍ଥା କରାଯିବ । ଯଦି ଆବଶ୍ୟକ ପଡେ ମୃତଦେହ ନିଜ ଅଞ୍ଚଳକୁ ନେବା ପାଇଁ ସହାୟତା ଯୋଗାଇ ଦିଆଯିବ । ଏମସ୍‌ ସମେତ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ୧୭୦ଟି ମୃତଦେହ ସଂରକ୍ଷିତ କରି ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.