Below header

ବାହାନଗା ଟ୍ରେନ ଦୁର୍ଘଟଣା: ରେଳଧାରଣାରୁ ଉଠାଗଲା ୨୧ଟି ବଗି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାର୍ଯ୍ୟ

ବାହାନଗାରେ ଦୁର୍ଘଟଣାଗ୍ରସ୍ତ ରେଲେଓ୍ଵ ଲାଇନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ଲାଇନଚ୍ୟୁତ ହୋଇଥିବା ୨୧ଟି ବଗିକୁ ହଟାଇ ଦିଆଯାଇଛି । ଟ୍ରାକ୍‌ ଏବଂ ଓଭରହେଡ୍‌ ଲାଇନ୍‌ ମରାମତି କାର୍ଯ୍ୟ ଚାଲିଛି। ଏହି ରୁଟରେ ରେଳ ଚଳାଚଳକୁ ପୁଣି ଥରେ ସ୍ୱାଭାବିକ କରିବା ପାଇଁ ଅହୋରାତ୍ର ଚାଲିଛି କାମ ।

ବାଲେଶ୍ୱର (କେନ୍ୟୁଜ): ବାହାନଗାରେ ଦୁର୍ଘଟଣାଗ୍ରସ୍ତ ରେଲେଓ୍ଵ ଲାଇନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ଲାଇନଚ୍ୟୁତ ହୋଇଥିବା ୨୧ଟି ବଗିକୁ ହଟାଇ ଦିଆଯାଇଛି । ଟ୍ରାକ୍‌ ଏବଂ ଓଭରହେଡ୍‌ ଲାଇନ୍‌ ମରାମତି କାର୍ଯ୍ୟ ଚାଲିଛି। ଏହି ରୁଟରେ ରେଳ ଚଳାଚଳକୁ ପୁଣି ଥରେ ସ୍ୱାଭାବିକ କରିବା ପାଇଁ ଅହୋରାତ୍ର ଚାଲିଛି କାମ । କାମରେ ଲାଗିଛନ୍ତି ହଜାରେରୁ ଅଧିକ କର୍ମଚାରୀ ଓ ଶ୍ରମିକ । ଆସନ୍ତା ବୁଧବାର ସକାଳ ସୁଦ୍ଧା ଏହି ବାଟରେ ଟ୍ରେନ୍ ଚଳାଚଳକୁ ସ୍ବାଭାବିକ କରାଯିବା ଦିଗରେ ପଦକ୍ଷେପ ନିଆଯାଇଛି। ଘଟଣାସ୍ଥଳରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଆଜି ସକାଳେ ବି ଉପସ୍ଥିତ ଥିଲେ।

ଅତ୍ୟାଧୁନିକ ଯନ୍ତ୍ରପାତି ଓ ମେସିନ୍‌ ସାହାଯ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଦୁର୍ଘଟଣାସ୍ଥଳରେ ୭ଟି ପ୍ରୋକ୍ଲିନ ମେସିନ, ୨ଟି ଦୁର୍ଘଟଣା ରିଲିଫ ଟ୍ରେନ, ୩-୪ଟି ରେଳୱେ ଓ ରୋଡ୍ କ୍ରେନ୍ ନିୟୋଜିତ ହୋଇଛନ୍ତି । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି କାମର ତଦାରଖ କରୁଛନ୍ତି। ଟ୍ରାକ୍‌ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିବାରୁ ବହୁ ଟ୍ରେନ୍‌ ଚଳାଚଳ ବାତିଲ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.