Below header

ସିଆରପିଏଫ୍‌ ହେଡ କ୍ୱାର୍ଟରରେ ପହଞ୍ଚିଲା କରୋନା, ସିଲ୍ ହେଲା କାର୍ଯ୍ୟାଳୟ

କରୋନା ଭାଇରସ ଏବେ ସବୁ ବଡ ବଡ ସରକାରୀ କାର୍ଯ୍ୟାଳୟ ଉପରେ କବ୍ଜା କରିବାରେ ଲାଗିଛି। ପୂର୍ବରୁ ରାଷ୍ଟ୍ରପତି ଭବନର ଜଣେ କର୍ମଚାରୀ ତା’ ପରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଆଉ ଏବେ ସିଆରପିଏଫ୍‌ କାର୍ଯ୍ୟାଳୟରେ ପହଞ୍ଚିଛି କରୋନା। ରାଜଧାନୀ ଦିଲ୍ଲୀରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ୍)ର ଜଣେ ଅଧିକାରୀଙ୍କ ଘରୋଇ ସଚିବ କରୋନା ସଂକ୍ରମିତ ହେବା ପରେ ଏବେ ସିଆରପିଏଫର‌ ମୁଖ୍ୟାଳୟକୁ ସିଲ୍ କରି ଦିଆଯାଇଛି।

ss

ସଂକ୍ରମିତ ବ୍ୟକ୍ତି ନିୟମିତ ଭାବେ ଲୋଧି ରୋଡ୍ରେ ଥିବା କାର୍ଯ୍ୟାଳୟକୁ ଆସୁଥିବାରୁ ଏହାକୁ ସିଲ୍ କରି ଦିଆଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ କରି କେତେଜଣ ଅଧିକାରୀ ହୋମ କ୍ୱାରାଣ୍ଟାଇନରେ ରହିଛନ୍ତି। କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରିବା ପରେ କାମ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି। ସୂଚନାଯୋଗ୍ୟ, ଶନିବାର ସିଆର୍ପିଏଫ୍ର ୬୮ ଯବାନ କରୋନାରେ ସଂକ୍ରମିତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଥିଲା। ଏମାନଙ୍କ ଉପରେ ଲକଡାଉନର ଦାୟିତ୍ୱ ଅଧିକ ରହିଥିବା ବେଳେ କରୋନା ଏବେ ଏମାନଙ୍କୁ କବଳିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.