ଟୁଇଟରରେ ସବୁଠାରୁ ଅଧିକ ଲୋକପ୍ରିୟ RBI Bank, ୭ ଲକ୍ଷରୁ ଉର୍ଦ୍ଧ୍ୱ ଫଲୋୟର୍ସ

ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଅର୍ଥନୈତିକ ଅବସ୍ଥା ଆମେରିକା ଏବଂ ୟୁରୋପର କେନ୍ଦ୍ରୀୟ ବ୍ୟାଙ୍କଠାରୁ ପଛରେ ଥାଇପାରେ କିନ୍ତୁ ଲୋକପ୍ରିୟତା ହିସାବରେ ୧ନଂ ସ୍ଥାନରେ ରହିଛି। ଟୁଇଟରରେ ଦୁନିଆର ସବୁଠାରୁ ଲୋକପ୍ରିୟ କେନ୍ଦ୍ରୀୟ ବ୍ୟାଙ୍କ ହେଉଛି ଆରବିଆଇ।

ବର୍ତ୍ତମାନ ଟୁଇଟର କୋଭିଡ-୧୯ ସଙ୍କଟ ସମୟରେ ସମସ୍ତଙ୍କ ପାଖରେ ମହତ୍ୱପୂର୍ଣ୍ଣ ସୂଚନା ପହଞ୍‌ଚାଉଛି ଟୁଇଟର। ଏଥିପାଇଁ ଦୁନିଆର ସମସ୍ତ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ଟୁଇଟରରେ ସକ୍ରିୟ ରହିଥାନ୍ତି। ୮୫ ବର୍ଷ ପୁରୁଣା ଆରବିଆଇ ବ୍ୟାଙ୍କ ଏବଂ ଏହାର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅଲଗା ଅଲଗା ଟୁଇଟର ଆକାଉଣ୍ଟ ରହିଛି। ଏବେ ଟୁଇଟରରେ ଆରବିଆଇର ୭.୪୫ ଲକ୍ଷ ଫଲୋୟର୍ସ ରହିଛନ୍ତି। ୨୦ ଏପ୍ରିଲ ସୁଦ୍ଧା ଆରବିଆଇର ଟୁଇଟର ଫଲୋୟର୍ସଙ୍କ ସଂଖ୍ୟା ୧.୩୧ ଲକ୍ଷ ରୁ ଅଧିକ ଫଲୋୟର୍ସ ଆସିଛନ୍ତି। ୨୦୧୯ ତୁଳନାରେ ୨୦୨୦ରେ ଟୁଇଟରରେ ଦୁଇଗୁଣା ଫଲୋୟର୍ସ ବୃଦ୍ଧି ପାଇଛନ୍ତି।

RBI-6

ସୂଚନାଯୋଗ୍ୟ, ଆରବିଆଇ ପଛରେ ଅର୍ଥାତ୍‌ ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଏସିଆ ଦେଶ ଇଣ୍ଡୋନେସିଆର ‘ବ୍ୟାଙ୍କ ଇଣ୍ଡୋନେସିଆ’ ରହିଛି। ଏହାର ଫଲୋୟର୍ସ ସଂଖ୍ୟା ୭,୧୫ ଲକ୍ଷ ରହିଛି। ସେହିପରି ତୃତୀୟ ସ୍ଥାନରେ ମେକ୍ସିକୋର ବ୍ୟାଙ୍କ ରହିଛି, ଯାହାର ଫଲୋୟର୍ସ ସଂଖ୍ୟା ୭.୧୧ ଲକ୍ଷ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.