Below header

ଶେଷ ହେଲା ଛାତ୍ରଛାତ୍ରୀଙ୍କ ଅପେକ୍ଷା, ମେ ୫ରେ ହେବ JEE ମେନ୍ ଏବଂ NEET ପରୀକ୍ଷାର ଘୋଷଣା

ଇଞ୍ଜିନିୟରିଂ ଏବଂ ମେଡିକାଲରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନେ କରୋନା ପାଇଁ ଦେଶରେ ଲଗାଯାଇଥିବା ଲକଡାଉନ ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି । JEE ମେନ୍ ଏବଂ NEET ପରୀକ୍ଷା କେବେ ହେବ ସେନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ । ଛାତ୍ର ଏବଂ ଅଭିଭାବକମାନଙ୍କ ପାଇଁ ଏହି ଅପେକ୍ଷା ଆସନ୍ତା 5 ତାରିଖରେ ଶେଷ ହେବାକୁ ଯାଉଛି ।

ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ମଙ୍ଗଳବାର ମଧ୍ୟାହ୍ନ 12 ଟାରେ ଏହାର ଘୋଷଣା କରିବେ । କେନ୍ଦ୍ର ମନ୍ତ୍ରୀ ମଙ୍ଗଳବାର ଦିନ ଏକ ୱେବିନାର ମାଧ୍ୟମରେ ଦେଶର ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଯୋଗ କରିବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମରେ JEE ମେନ୍ ଏବଂ NEET ପରୀକ୍ଷାର ତାରିଖ ଘୋଷଣା କରାଯିବ । JEE ମେନ୍ ଏବଂ NEET ପରୀକ୍ଷା ଜୁନ୍ ର ଶେଷ ସପ୍ତାହରେ ହେବାର ସମ୍ଭାବନା ରହିଛି ।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ କରୁଛନ୍ତି । ଗତ ଥର ଶିକ୍ଷକ ଏବଂ ବିଶେଷଜ୍ଞମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହିତ ଜଡିତ ଥିଲେ କିନ୍ତୁ ଏଥର କେବଳ ଛାତ୍ରଛାତ୍ରୀ ମାନେ ରହିବେ । ଛାତ୍ରଛାତ୍ରୀମାନେ ସେମାନଙ୍କର ପ୍ରଶ୍ନ ମନ୍ତ୍ରଣାଳୟ, ମନ୍ତ୍ରୀଙ୍କ ଅଫିସିଆଲ୍ ଟ୍ୱିଟର ନଚେତ ଫେସବୁକ୍ ପେଜକୁ ପଠାଇ ପାରିବେ ।

ଜାତୀୟ ପରୀକ୍ଷା ଏଜେନ୍ସି (NTA) କରୋନା ଯୋଗୁଁ ଏପ୍ରିଲରେ ହେବାକୁ ଥିବା JEE Main ଏବଂ NEET ପରୀକ୍ଷାକୁ ସ୍ଥଗିତ ରଖିଛି । ଏହା ପରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାର ସୁଯୋଗ ଦିଆଯାଇଥିଲା । ଯାହାଫଳରେ ଯେଉଁମାନେ ଯେଉଁଠାରେ ଅଛନ୍ତି ସେମାନେ ନିକଟସ୍ଥ କେନ୍ଦ୍ରରେ ପରୀକ୍ଷା ଦେଇପାରିବେ ।

ମନ୍ତ୍ରଣାଳୟ ମେ ମାସର ଶେଷ ସପ୍ତାହରେ ପରୀକ୍ଷା କରିବାକୁ ଯୋଜନା କରିଥିଲା, କିନ୍ତୁ 17 ମଇ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ହେତୁ ମେ’ର ଶେଷ ସପ୍ତାହରେ ପରୀକ୍ଷା କରିବା ସମ୍ଭବ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.