Below header

ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌, ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୯୦୮ ଛୁଇଁଛି

ଚୀନ୍‌: ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୯୦୮ ଛୁଇଁଛି। କରୋନା ଭାଇରସ୍‌ରେ ୪୦ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ‘କରୋନା’କୁ ବିଶ୍ୱ ସଂକଟ ଘୋଷଣା କରିଛି WHO। ବିପତ୍ତିର ମୁକାବିଲା ପାଇଁ ଏବେ ଚୀନ୍‌ରେ କଡ଼ାକଡି କରାଯାଇଛି ନିୟମ । ସେପଟେ ଜାନୁୟାରୀ ୧୫ପରେ ଚୀନ୍‌ ଯାଇଥିବା ବ୍ୟକ୍ତିଙ୍କୁ ଭାରତ ଫେରିବାକୁ ମନା କରାଯାଇଛି। ଫେରିବା ନେଇ କଟକଣା ଲଗାଇଛି DGCA। ଜଳ,ସ୍ଥଳ,ଆକାଶ ପଥରେ ଭାରତ ପ୍ରବେଶ ମନା ହୋଇଛି। ନେପାଳ,ଭୁଟାନ,ବାଂଲାଦେଶ,ମିଆଁମାରରୁ ଆସିବାକୁ କଟକମା ଲଗାଯାଇଛି। ଚୀନ୍‌ର ମାରାତ୍ମକ ଭୂତାଣୁ କରୋନା ପାଇଁ ସତର୍କତା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.