Below header

କରୋନା ଭାଇରସ୍‌ ସହ ଲଢ଼ିବାକୁ କୁନି ଝିଅ ଆପଣାଇଲା ଏହି ନିଆରା ଉପାୟ, ବ୍ୟାପିବାରୁ ରୋକି ହେବ ରୋଗ

ଏବେ ସାରା ଦୁନିଆ କରୋନାର ମୁକାବିଲା କରୁଛି। ଡାକ୍ତର, ନର୍ସ, ପ୍ରଶାସନଠାରୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ ସମସ୍ତେ କରୋନା ସହ ଲଢ଼ିବା ପାଇଁ ଲୋକଙ୍କୁ ସଚେତନ କରିବା ସହ ଏଥିପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ଲୋକମାନେ ମଧ୍ୟ କରୋନା ଭାଇରସ୍‌ ଯୋଗୁ ଚାଲିଥିବା ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବେଶ୍‌ ସାଥ୍‌ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଜନତାଙ୍କୁ ରବିବାର ଅର୍ଥାତ୍‌ ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ କରିବାକୁ ଅନୁରୋଧ କରିଛନ୍ତି।

corona2

ଅନ୍ୟପଟେ ସୋସିଆଲ ମିଡିଆରେ କରୋନାରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରାଉଥିବା କେତେକ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଭିଡିଓକୁ ଲୋକମାନେ ବହୁଳ ଭାବେ ଦେଖୁଛନ୍ତି। ଭିଡିଓରେ ଏକ କୁନି ଝିଅ ଲିଫ୍ଟରେ କିଛି ଏମିତି ଜୁଗାଡ଼ କରିଛି ଯାହା ସାହାଯ୍ୟରେ ଲୋକମାନେ ବଟନ୍‌କୁ ନ ଛୁଇଁ ଲିଫ୍ଟ ପରିଚାଳିତ କରିପାରୁଛନ୍ତି। ଲୋକମାନେ ଏହି ଝିଅର ବୁଦ୍ଧିକୁ ପ୍ରଶଂସା କରିଛନ୍ତି। ରାଜୁନାରୀ ସେଟ୍ଟିଙ୍କ ଟ୍ଵିଟର ଆକାଉଣ୍ଟରୁ ଭିଡିଓଟି ସେୟାର କରାଯାଇଛି।

ଦେଖନ୍ତୁ ଭିଡିଓ:

ନୋଏଡ଼ାରେ ରହୁଥିବା ଏହି ଝିଅଟି ଲିଫ୍ଟରେ ଯାଉଥିବା ଲୋକମାନେ ବାରମ୍ବାର ସୁଇଚ୍‌ ଚିପୁଥିବାରୁ ସେମାନଙ୍କ ପାଇଁ ଏକ ନୂଆ ଉପାୟ ବାହାର କରିଛି। ଝିଅଟି ଏକ ଥର୍ମୋକୁଲରେ ଏକାଧିକ ଟୁଥ୍‌ ପିକ୍‌ ଲଗାଇଛି। ଲିଫ୍ଟ ବ୍ୟବହାର କରିବାକୁ ଚାହୁଁଥିବା ବ୍ୟକ୍ତି ସିଧାସଳଖ ଲିଫ୍ଟର ବଟନ୍‌କୁ ନ ପ୍ରେସ୍‌ କରି ଏହି ଟୁଥ୍‌ପିକ୍‌ ସାହାଯ୍ୟରେ ବଟନ୍‌ ପ୍ରେସ୍‌ କରିବାକୁ ଝିଅଟି ଏହି ଉପାୟ ଆପଣାଇଛି। ଏହା ତଳେ ଏକ ଛୋଟ ଡଷ୍ଟବିନ୍‌ ମଧ୍ୟ ରହିଛି। ଲିଫ୍ଟରେ ବ୍ୟବହୃତ ଟୁଥ୍‌ପିକ୍‌କୁ ଏଥିରେ ଫିଙ୍ଗିବାକୁ ଲେଖାଯାଇଛି। ଲୋକମାନେ ଭିଡିଓକୁ ପସନ୍ଦ କରିବା ସହ ବହୁଳ ଭାବେ ସେୟାର କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.