Below header

ଆମେରିକା: ଭାରତୀୟ ଟୀକା କୋଭାକ୍ସିନ ଅଲଫା-ଡେଲ୍ଟା ଭାରିଏଣ୍ଟସ ପାଇଁ ହେବ ପ୍ରଭାବକାରୀ

ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କରୋନା ଟୀକା କୋଭାକ୍ସିନର ପ୍ରଭାବକୁ ଆମେରିକା ପକ୍ଷରୁ ସହମତି ମିଳିଛି । ଏହାର ପ୍ରଭାବକୁ ନେଇ ଆମେରିକା ସହମତି ପ୍ରକାଶ କରିଛି। ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍‌ଥର ମତ ଅନୁଯାୟୀ, କୋଭାକ୍ସିନ ଦ୍ୱାରା ଶରୀରରେ ତିଆରି ହେଉଥିବା ଆଣ୍ଟିବଡ଼ି କରୋନାର ଅଲଫା-ଡେଲ୍ଟା ପ୍ଲସ ଭାରିଏଣ୍ଟ ସହ ଲଢ଼ିବାର କ୍ଷମତା ରଖିଛି ।

ଏନଆଇଏଚର ମତାନୁଯାୟୀ, କୋଭାକ୍ସିନ ନେଇଥିବା ଲୋକଙ୍କ ବ୍ଲଡ ସିରମକୁ ଅଧ୍ୟୟନ କରି ଜଣାପଡିଛି ଯେ, ଟୀକା ଦ୍ୱାରା ଯେଉଁ ଆଣ୍ଟିବଡ଼ି ଶରୀରରେ ତିଆରି ହେଉଛି ତାହା ବ୍ରିଟେନ ଏବଂ ଭାରତରେ ସର୍ବପ୍ରଥମେ ମିଳିଥିବା କରୋନା ଅଲଫା B.1.1.7 ଏବଂ କରୋନା ଡେଲ୍ଟା B.1.617 ଭାରିଏଣ୍ଟସ ଉପରେ ପ୍ରଭାବ ପକାଉଛି ।

32545
pc: scroll.in

ଏହାପୂର୍ବରୁ ଆମେରିକା ଇନଫେକସନ ଡିଜିଜ ଏକ୍ସପର୍ଟ ଡକ୍ଟର ଆନ୍ଥୋନୀ ଫାଉଚୀ ଅନେକ ବାର କୋଭାକ୍ସିନର ତାରିଫ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଭାରତରେ ତିଆରି ହୋଇଥିବା କୋଭାକ୍ସିନ କରୋନାର ୬୧୭ ଭାରିଏଣ୍ଟସକୁ ହରାଇବା ପାଇଁ ପୂର୍ଣ୍ଣରୂପେ ସକ୍ଷମ ।

କୋଭକ୍ସିନ ଡେଡ କରୋନା ଭାଇରସରୁ ତିଆରି ହୋଇଛି । ଯାହା ଶରୀରରେ ଏହି ଭାଇରସକୁ ଲଢ଼ିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟିବଡ଼ି ତିଆରି କରିବ । ଏହାର ସମ୍ପୂର୍ଣ୍ଣ ଡୋଜ ନେବା ପରେ ଶରୀର ସୁରକ୍ଷିତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.