କୋଭିଡ ନିୟମ ଉଲ୍ଲଂଘନ ପଡିଲା ମହଙ୍ଗା: ବାଲେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଠାରୁ ଆଦାୟ ହେଲା ୨୦ ହଜାର ଟଙ୍କା ଫାଇନ

ବାଲେଶ୍ୱର(କେ ନ୍ୟୁଜ): ବାଲେଶ୍ୱର ଜିଲ୍ଲାର ଏକ ଘରୋଇ ଇଞ୍ଜିନିୟରିଂକୁ ମୋଟା ଅଙ୍କର ଫାଇନ ଗଣିବାକୁ ପଡିଛି । କୋଭିଡ ନିୟମ ଉଲ୍ଲଂଘନ ଯୋଗୁ କଲେଜ ଠାରୁ ଫାଇନ ଆଦାୟ କରିଛି ପ୍ରଶାସନ । ନିୟମ ଉଲ୍ଲଂଘନ କରି କଲେଜରେ ପ୍ରାକ୍ଟିକାଲ କ୍ଲାସ ଚାଲିଥିବାବେଳେ ରେମୁଣା ତହସିଲଦାରଙ୍କ ସହ ଏକ ଟିମ୍‌ ଚଢାଉ କରିଥିଲେ ।

କଲେଜ ସିଲ୍‌ କରିବା ସହ ୨୦ ହଜାର ଟଙ୍କା ଫାଇନ ଆଦାୟ ହୋଇଛି। କଲେଜରେ ୭୦ରୁ ଉର୍ଦ୍ଧ୍ୱ ପିଲା ଥିଲେ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.