Below header

ଗାଁ ଠାରୁ ବିଶ୍ୱ ଯାଏଁ ସବୁ ଆଡେ ଛାଇ ରହିଥିବା ସୋସିଆଲ ମିଡିଆର ଆଜି ଜନ୍ମ ଦିବସ

ଏବେ ଯିଏ ଯେତେ ଦୂରରେ ରହିଲେ ବି ସମ୍ପର୍କ ସ୍ଥାପନ ହେବା ସମ୍ଭବ ହୋଇପାରିଛି । ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ସମାଜିକ ଗଣମାଧ୍ୟମ । ଘଟଣାସ୍ଥଳରୁ ଖବର ସଂଗ୍ରହ କରିବାରେ ସମ୍ବାଦିକମାନଙ୍କ ପାଇଁ ଗେମ ଚେଞ୍ଜର ପାଲଟିଛି ସାମାଜିକ ଗଣାମାଧ୍ୟମ । ପ୍ରଥମେ ଫୋନ ଯୋଗେ ଲୋକ ଦୂରରେ ଥିବା ଲୋକଙ୍କ ସହିତ କଥାବାର୍ତ୍ତା ହେଉଥିଲେ । ମାତ୍ର ଯୁଗ ବଦଳିବା ସହିତ ଲୋକଙ୍କ ବ୍ୟବହାର ମଧ୍ୟ ବଦଳିଲାଣି । ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆ ଲୋକମାନଙ୍କ ଜୀବନ ପରିବର୍ତ୍ତନ କରୁଥିବା ବେଳେ ପ୍ରତିବର୍ଷ ଜୁନ୍ ମାସ ୩୦ ତାରିଖରୁ ‘ସାମାଜିକ ଗଣମାଧ୍ୟମ ଦିବସ’ ପାଳନ କରାଯାଇ ଆସୁଅଛି । ଆଗରୁ ଟେଲିଗ୍ରାମ, ଟେଲିଫୋନର ଯୁଗ ଥିଲା । ଏହାପରେ ପରେ ଫେକ୍ସ ମେସିନ୍ ଓ ତା’ପରେ ସୋସିଆଲ୍ ମିଡିଆର ଆର୍ବିଭାବ ହୋଇଛି । ଯାହା ସମସ୍ତଙ୍କୁ ଆକୃଷ୍ଟ କରିପାରିଛି ।

ଏହି ଦିବସ ପାଳନକୁ ପ୍ରଥମେ ମାସେବଲ୍ ବ୍ୟାକ୍ ୱେସାଇଟ୍ ପକ୍ଷରୁ ଆରମ୍ଭ କରାଯାଇଥିଲା । ସାମାଜିକ ଗଣମାଧ୍ୟମ କିପରି ବିଶ୍ବ ସ୍ତରରେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ତା ଉପରେ ଆଲୋକପାତ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ବର୍ତ୍ତମାନ ସମୟରେ ପିଲାଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନର ଏକ ଅଙ୍ଗ ପାଲଟିଛି ସାମାଜିକ ଗଣମାଧ୍ୟମ । ପୃଥୀବିର ଯେକୌଣସି ସ୍ଥାନରେ ଥିବା ଲୋକଙ୍କୁ ଯୋଗାଯୋଗର ସୁବିଧା ପ୍ରଦାନ ପାଇଁ ବିଭିନ୍ନ ବ୍ରାଣ୍ଡ ସହିତ ନିଜ ଗ୍ରାହକଙ୍କୁ ଯୋଡିବା ଓ ସଚେତନତା ସୃଷ୍ଟି କରିବା ଦିଗରେ ସାମାଜିକ ଗଣମାଧ୍ୟମର ଭୂମିକା ଉଲ୍ଲେଖନୀୟ ।

social media icons electronic

ବର୍ତ୍ତମାନ ଦେଶରେ ପ୍ରାୟ ପ୍ରତ୍ୟେକ ଲୋକ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଅଛନ୍ତି । ଫେସବୁକ, ଟ୍ବିଟର, ଇନଷ୍ଟାଗ୍ରାମ, ବ୍ଲଗ, ସେୟାର ଚାର୍ଟ,ୟୁଟ୍ୟୁବ, ହ୍ବାର୍ଟଅପ,ଟେଲିଗ୍ରାମ ଭଳି ଏନେକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ଯାହା ଲୋକଙ୍କ ମଧ୍ୟରେ ଯୋଗାଯୋଗର ସୁତ୍ର ହୋଇଛି । ବର୍ତ୍ତମାନ ବିଶ୍ବରେ ୪୩୩ କୋଟି ଲୋକ ସମାଜିକ ଗଣାମାଧ୍ୟମରେ ସକ୍ରିୟ ଅଛନ୍ତି । ଦିନକୁ ଦିନ ସୋସିଆମ ମିଡିଆର ଲୋକପ୍ରିୟତା ବଢିବାରେ ଲାଗିଛି । ଗତ ବର୍ଷ ବିଶ୍ବରେ ଇଣ୍ଟରେନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୭.୬ ପ୍ରତିଶତ ବୃଦ୍ଧି ପାଇଁ ୪୭୨ କୋଟିରେ ପହଞ୍ଚିଛି । ୨୦୨୧ ଜାନୁଆରୀ ସୁଦ୍ଧା ଭାରତରେ ପ୍ରାୟ ୪୫କୋଟି ଲୋକ ସମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.