ଗୁଣିଗାରେଡି ସନ୍ଦେହରେ ତାନ୍ତ୍ରିକଙ୍କୁ ନିସ୍ତୁକ ମାଡ, ଦାନ୍ତ ଭାଙ୍ଗି ଖୁଆଇଲେ ବିଷ୍ଠା ଆଉ ମାରିବି ଦେଲେ !

ବ୍ରହ୍ମପୁର (କେନ୍ୟୁଜ) : ଗୁଣି ଗାରେଡି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ। ଯୁବକଙ୍କୁ ଦାନ୍ତ ଭାଙ୍ଗି ବିଷ୍ଠା ଖୁଆଇବାର ଭିଡିଓ ଭାଇରଲ ହୋଇଛି । ଗତ ୧୯ ତାରିଖ ଦିନ ଗଞ୍ଜାମ ଜ଼ିଲ୍ଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଂଚାୟତ ରାମେୟାପଲ୍ଲୀ ଗାଁରେ ଏହି ଘଟଣା ଘଟିଥିଲା। ଗୁଣିଆ ସନ୍ଦେହରେ ଗ୍ରାମବାସୀ ଯୁବକ ଜଣଙ୍କୁ ପିଟିପିଟି ଜୀବନରେ ମାରି ଦେଇଥିଲେ । ଏହାସହ ରାମେୟାପଲ୍ଲୀ ଗ୍ରାମର ପି. ଭୀମରାଜୁ ରେଡ୍ଡୀ ଏବଂ ବ୍ରହ୍ମପୁରର ପି. ଧବଳେଶ୍ୱର ରେଡ୍ଡୀ ଗୁରୁତର ଆହତ ହୋଇଥିଲେ । ରାମେୟାପଲ୍ଲୀ ଗ୍ରାମର ପି. ଭୀମରାଜୁ ରେଡ୍ଡୀ ନାମକ ଜଣେ ବ୍ଯକ୍ତି କୌଣସି କାରଣରୁ ପୂଜାପାଠ କରିବା ଲାଗି ବ୍ରହ୍ମପୁର ଅଞ୍ଚଳର ଏନ୍. ଭେଙ୍କଟ ରମଣ ଏବଂ ପି. ଧବଳେଶ୍ୱରକୁ ଗାଁକୁ ଡାକିଥିଲେ । ସେମାନେ ଭୀମରାଜୁଙ୍କ କଥାରେ ରାଜି ହୋଇ ଗାଁକୁ ଆସି ପୂଜାପାଠ କରୁଥିଲେ । ହେଲେ ଗ୍ରାମବାସୀ ବହୁ ପୂର୍ବରୁ ଭୀମରାଜୁ ତନ୍ତ୍ର ଶିକ୍ଷା କରୁଛି ବୋଲି ସନ୍ଦେହ କରି ଆସୁଥିଲେ ।
ଗ୍ରାମରେ ଅନ୍ଯ ଦୁଇଜଣଙ୍କୁ ଦେଖି ଗ୍ରାମବାସୀଙ୍କ ଆହୁରି ସନ୍ଦେହ ଜାତ ହୋଇଥିଲା । ବ୍ରହ୍ମପୁରର ଦୁଇ ଜଣ ବ୍ଯକ୍ତି ପୂଜାପାଠ କରୁଥିବା ବେଳେ ଗ୍ରାମରେ ପ୍ରଚାର ହୋଇଗଲା ଯେ ତନ୍ତ୍ର ପୂଜା ହେଉଛି ବୋଲି । ଏହାକୁ ନେଇ ସେମାନଙ୍କ ସହ ଗାଁ ଲୋକଙ୍କର ବଚସା ଏବଂ ପରେ ହାତହାତି ହୋଇଥିଲା । ଶେଷରେ ସେମାନେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ ।

ସେମାନଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିଲେ । ଯାହା ଫଳରେ ଦୁହେଁ ଗୁରୁତର ଆହତ ହୋଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଏନ୍. ଭେଙ୍କଟଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଚମାଖଣ୍ଡି ପୋଲିସ ୧୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.