Below header

କୋଭିଡ ପାଇଁ ଗର୍ଭସ୍ଥ ଶିଶୁଙ୍କ ବ୍ରେନ ଡ୍ୟାମେଜ, ପେଡିଆଟ୍ରିକ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶିତ

କୋଭିଡ ପାଇଁ ଗର୍ଭସ୍ଥ ଶିଶୁଙ୍କ ହେଉଛି ବ୍ରେନ ଡ୍ୟାମେଜ। ଆମେରିକାର ମିଆମୀ ବିଶ୍ୱବିଦ୍ୟାଳୟର ପେଡିଆଟ୍ରିକ ଜର୍ଣ୍ଣାଲରେ ପ୍ରକାଶିତ ଏହି ରିପୋର୍ଟରୁ ଆସିିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ।

ନୂଆଦିଲ୍ଲୀ : କୋଭିଡ ପାଇଁ ଗର୍ଭସ୍ଥ ଶିଶୁଙ୍କ ହେଉଛି ବ୍ରେନ ଡ୍ୟାମେଜ। ଆମେରିକାର ମିଆମୀ ବିଶ୍ୱବିଦ୍ୟାଳୟର ପେଡିଆଟ୍ରିକ ଜର୍ଣ୍ଣାଲରେ ପ୍ରକାଶିତ ଏହି ରିପୋର୍ଟରୁ ଆସିିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ।

ଦୁଇ ମହିଳାଙ୍କ ଠାରୁ ଜନ୍ମ ନେଇଥିବା ଶିଶୁଙ୍କୁ ପ୍ରଥମେ ହୃଦଘାତ ଏବଂ ପରେ ଶାରୀରିକ ବିକାଶ ବାଧାପ୍ରାପ୍ତ ହୋଇଥିଲା। ଜଣେ ଶିଶୁ ମାତ୍ର ୧୩ ମାସରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଶିଶୁ ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛି।

ମିଆମୀ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ କହିଛନ୍ତି, ପ୍ରସୂତିଙ୍କ ପ୍ଲାସେଣ୍ଟାରେ କୋଭିଡ ଭାଇରସ ପ୍ରବେଶ କରିବା ପରେ ଦୁଇ ଶିଶୁ ବ୍ରେନ ଡ୍ୟାମେଜ ସହ ଜନ୍ମ ନେଇଥିଲେ। ୨୦୨୦ରେ ଯେତେବେଳେ ଡେଲ୍‌ଟା ଭାରିଆଣ୍ଟ ପିକ୍‌ରେ ଥିଲା ସେତେବେଳେ ଦୁଇ ମହିଳା କୋଭିଡ ପଜିଟିଭ ହୋଇଥିଲେ।

ଉଭୟ ମହିଳା ସେମାନଙ୍କ ଯୁବାବସ୍ଥାରେ ଆସନ୍ନ ପ୍ରସବା ହୋଇଥିବା କୁହାଯାଇଛି। ତେବେ ଜନ୍ମ ନେଇଥିବା ଶିଶୁ କୋଭିଡ ପଜିଟିଭ ନଥିଲେ ଓ ସେମାନଙ୍କ ଶରୀରରେ ଆଣ୍ଟିବଡିର ସ୍ତର ବହୁ ଅଧିକ ମିଳିଥିବା ମିଆମୀ ବିଶ୍ୱବିଦ୍ୟାଳୟର ଶିଶୁ ରୋଗ ବିଶେଷଜ୍ଞ ଆସିଷ୍ଟାଣ୍ଡ ପ୍ରଫେସର ଡାକ୍ତର ମର୍ଲିନ ବେନି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.