Below header

ମଧ୍ୟରାତ୍ରିରେ LOCରେ ଆତଙ୍କବାଦୀ! କ୍ୟାମେରାରେ କଏଦ ୩ ଅନୁପ୍ରବେଶକାରୀ, ଜଣଙ୍କୁ ମାରିଦେଲେ ଯବାନ

ଜମ୍ମୁ କାଶ୍ମୀରର ପୁଞ୍ଚରେ ଭାରତୀୟ ସେନା ଶନିବାର ମଧ୍ୟରାତ୍ରିରେ ଆତଙ୍କବାଦୀ ଅନୁପ୍ରବେଶର ବଡ଼ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିଛି। ଜମ୍ମୁ ଡିଭିଜନର ପୁଞ୍ଚ ସେକ୍ଟରରେ ନିୟନ୍ତ୍ରଣ ରେଖା (LOC)ରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଯବାନମାନଙ୍କୁ ସୂଚନା ମିଳିଥିଲା।

ଜମ୍ମୁ କାଶ୍ମୀରର ପୁଞ୍ଚରେ ଭାରତୀୟ ସେନା ଶନିବାର ମଧ୍ୟରାତ୍ରିରେ ଆତଙ୍କବାଦୀ ଅନୁପ୍ରବେଶର ବଡ଼ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିଛି। ଜମ୍ମୁ ଡିଭିଜନର ପୁଞ୍ଚ ସେକ୍ଟରରେ ନିୟନ୍ତ୍ରଣ ରେଖା (LOC)ରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଯବାନମାନଙ୍କୁ ସୂଚନା ମିଳିଥିଲା। ତତ୍‌କ୍ଷଣାତ ଯବାନମାନେ ତାରବାଡ଼ ନିକଟରେ ଆତଙ୍କବାଦୀମାନଙ୍କୁ ସାମ୍ନା କରିଥିଲେ। ଏହି ସମୟରେ ସେନା ତରଫରୁ ଅନେକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା।

ସୂତ୍ରରୁ ଜଣାପଡ଼ିଛି ଯେ ଅପରେସନ୍ ସମୟରେ ଯବାନମାନେ ଦୁଇ ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଆତଙ୍କବାଦୀ ଆହତ ଅବସ୍ଥାରେ ମିଳିଥିବା ବେଳେ ସର୍ଚ୍ଚ ଅପରେସନରେ ଆଉ ଜଣେ ଆତଙ୍କବାଦୀଙ୍କ ମୃତଦେହ ମିଳିଥିଲା। ତେବେ ଧରାପଡ଼ିଥିବା ଦୁଇ ଆତଙ୍କବାଦୀଙ୍କଠାରୁ କୌଣସି ଅସ୍ତ୍ରଶସ୍ତ୍ର ମିଳିନାହିଁ। ଏବେ ବି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.