କ୍ରେଜିଓ୍ଵାଲଙ୍କ ପରେ ଅତିଶୀଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ, ଅଭିଯୋଗର ପ୍ରମାଣ ମାଗିବାକୁ ଦିଲ୍ଲୀ ପୋଲିସର ଚେଷ୍ଟା
କେଜ୍ରିଓ୍ଵାଲ ଗତ ସପ୍ତାହରେ ଏକ ପ୍ରେସ କନଫରନ୍ସେରେ ଅଭିଯୋଗ କରିଥିଲେ କି, ବିଜେପି ଦିଲ୍ଲୀରେ ତାଙ୍କ ସରକାର ଭାଙ୍ଗିବା ପାଇଁ ଆପ୍ର ୭ ଜଣ ବିଧାୟକଙ୍କୁ ୨୫-୨୫ କୋଟି ଟଙ୍କାରେ କିଣିବାକୁ ଚାହୁଁଛି । ଏହାପରେ ଦିଲ୍ଲୀ ମନ୍ତ୍ରୀ ଅତିଶୀ ଅଭିଯୋଗ କରିଥିଲେ କି, ଅପରେସନ ଲୋଟସ ୨.୦ ଆରମ୍ଭ କରିଛି ବିଜେପି ।

ପୁଣି ଆପ୍ ମନ୍ତ୍ରୀ ଅତିଶୀ ମାର୍ଲେନାଙ୍କ ବାସଭବନରେ ଆଜି ସକାଳେ ପହଞ୍ଚିଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ । ଅତିଶୀ ମାର୍ଲେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି କିଛି ଆମ୍ ଆଦମୀ ପାର୍ଟି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରି ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ଅଧୀନରେ କ୍ରାଇମବ୍ରାଞ୍ଚର ଏସିପି ନିଜେ ରବିବାର ସକାଳେ ଅତିଶୀ ମାର୍ଲେନାଙ୍କ ଘରେ ପହଞ୍ଚି ନୋଟିସ ପ୍ରଦାନ କରିଥିଲେ ।
କ୍ରାଇମବ୍ରାଞ୍ଚ୍ ଟିମ୍ ପହଞ୍ଚିବା ସମୟରେ ଆତିଶୀ ବାସଭବନରେ ନ ଥିଲେ । କିନ୍ତୁ, ତାଙ୍କ ଆସିବା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ୍ ଟିମ୍ ଅପେକ୍ଷା କରିଥିଲେ । ବିଜେପିର ଦିଲ୍ଲୀ ୟୁନିଟ୍ ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗ କରିବାର କିଛି ଦିନ ପରେ କ୍ରାଇମବ୍ରାଞ୍ଚ ଟିମ୍ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି ଚର୍ଚ୍ଚା ଚାଲିଛି । କେଜ୍ରିୱାଲଙ୍କୁ ଏକ ନୋଟିସ ଦିଆଯାଇଥିଲା, କିନ୍ତୁ ସେ ଏହାକୁ ଗ୍ରହଣ କରିନଥିଲେ ।
#WATCH | Delhi Police Crime Branch officials arrive once again at the residence of Delhi Minister and AAP leader Atishi.
Police officials are here to serve notice in connection with Aam Aadmi Party’s allegation against BJP “of trying to buy AAP MLAs”. pic.twitter.com/uACiEynSK8
— ANI (@ANI) February 4, 2024
ଏହାପୂର୍ବରୁ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ ମଧ୍ୟ ଏହି ଘଟଣାର ତଦନ୍ତ ସଂପର୍କରେ ଶୁକ୍ରବାର ଦିନ କେଜ୍ରିୱାଲ ଏବଂ ଅତିଶୀ ମାର୍ଲେନାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ । ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, କ୍ରାଇମ ବ୍ରାଞ୍ଚ ଦଳ କୌଣସି ସୂଚନା ନ ଦେଇ ଚାଲିଯାଇଛନ୍ତି ।
ସୂଚନାଯୋଗ୍ୟ, କେଜ୍ରିଓ୍ଵାଲ ଗତ ସପ୍ତାହରେ ଏକ ପ୍ରେସ କନଫରନ୍ସେରେ ଅଭିଯୋଗ କରିଥିଲେ କି, ବିଜେପି ଦିଲ୍ଲୀରେ ତାଙ୍କ ସରକାର ଭାଙ୍ଗିବା ପାଇଁ ଆପ୍ର ୭ ଜଣ ବିଧାୟକଙ୍କୁ ୨୫-୨୫ କୋଟି ଟଙ୍କାରେ କିଣିବାକୁ ଚାହୁଁଛି । ଏହାପରେ ଦିଲ୍ଲୀ ମନ୍ତ୍ରୀ ଅତିଶୀ ଅଭିଯୋଗ କରିଥିଲେ କି, ଅପରେସନ ଲୋଟସ ୨.୦ ଆରମ୍ଭ କରିଛି ବିଜେପି ।