ଇନ୍ସପେକ୍ଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ଏସଆଇ, କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ

ପୋଲିସ ଇନ୍ସପେକ୍ଟରଙ୍କ ନାଁରେ ଦୁଷ୍କର୍ମ ମାମଲା । ଫିରିଙ୍ଗିଆ ଥାନା ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ରାଜ୍ୟ ପୋଲିସର କାର୍ଯ୍ୟରତ ଜଣେ ମହିଳା ଏସଆଇ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ପୂର୍ବରୁ ମହିଳା ଏସଆଇଙ୍କ ଅଭିଯୋଗ ପରେ ରାଜ୍ୟ ପୋଲିସ ମାମଲା ରୁଜୁ କରିନଥିବା ବେଳେ ଏନେଇ ମହିଳା ଏସଆଇ ଜଣଙ୍କ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ପୋଲିସ ଇନ୍ସପେକ୍ଟରଙ୍କ ନାଁରେ ଦୁଷ୍କର୍ମ ମାମଲା । ଫିରିଙ୍ଗିଆ ଥାନା ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ରାଜ୍ୟ ପୋଲିସର କାର୍ଯ୍ୟରତ ଜଣେ ମହିଳା ଏସଆଇ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ପୂର୍ବରୁ ମହିଳା ଏସଆଇଙ୍କ ଅଭିଯୋଗ ପରେ ରାଜ୍ୟ ପୋଲିସ ମାମଲା ରୁଜୁ କରିନଥିବା ବେଳେ ଏନେଇ ମହିଳା ଏସଆଇ ଜଣଙ୍କ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଛି ।  ମାମଲାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି ।

କ୍ରାଇମ୍ ବ୍ରାଞ୍ଚ DSP କଳ୍ପନା ସାହୁ ଟିମର ନେତୃତ୍ଵ ନେଉଛନ୍ତି । ମାମଲାର ତଦନ୍ତ ପରେ ଯଦି ଆଇଆଇସିଙ୍କ ବିରୋଧରେ ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଡିଜି ଅରୁଣ ଷଡଙ୍ଗୀ । ୨୦୧୯ ମସିହାରେ ଗଞ୍ଜାମରେ ମହିଳା ଏସଆଇ ଜଣଙ୍କ ଥିବା ବେଳେ ଆଇଆଇସି ରମେଶ ପ୍ରଧାନ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସରକାରୀ କ୍ୱାର୍ଟରରେ ମହିଳା ଏସିଆଇଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.