ଟେଲରିଂ କରି ରୋଜଗାରକ୍ଷମ ହେଲେ ମାତୃଶକ୍ତି ୟୁନିଟ ମହିଳା ଗ୍ରୁପର ସଦସ୍ୟ, ଅନ୍ୟ ମାନଙ୍କ ପାଇଁ ସାଜିଲେ ଉଦାହରଣ

ଆଜିର ଯୁଗରେ ମହିଳାମାନେ ମଧ୍ୟ ଦେଶ ବିଦେଶରେ ସୁନାମ ଅର୍ଜନ କରୁଥିବା ବେଳେ ଗାଁ ଗହଳିର ମହିଳା ମାନେ ମଧ୍ୟ ହୋଇପାରିଲେଣି ରୋଜଗାରକ୍ଷମ । ଠିକ ସେହିଭଳି ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଖମାର ଗ୍ରାମର ମାତୃଶକ୍ତି ଟେଲରିଂ ୟୁନିଟ୍ ମହିଳା ଗୃପର ସଦସ୍ୟମାନେ ଗ୍ରାମ୍ୟ ଶିଳ୍ପ ପାର୍କ କ୍ଲଷ୍ଟର ମାଧ୍ୟମରେ ଟେଲରିଂ ମେସିନ ପାଇଁ ବେଶ ରୋଜଗାରକ୍ଷମ ହୋଇପାରିଛନ୍ତି ।

ଦିନଥିଲା ମହିଳାମାନେ ଘର କୋଣରେ ରହି ଘରକାମ କରୁଥିଲେ । ହେଲେ ଆଜି ଆଉ ନାହିଁ ସେହି ପୁରୁଣା ଦିନ । ଆଜିର ଯୁଗରେ ମହିଳାମାନେ ମଧ୍ୟ ଦେଶ ବିଦେଶରେ ସୁନାମ ଅର୍ଜନ କରୁଥିବା ବେଳେ ଗାଁ ଗହଳିର ମହିଳା ମାନେ ମଧ୍ୟ ହୋଇପାରିଲେଣି ରୋଜଗାରକ୍ଷମ । ଠିକ ସେହିଭଳି ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଖମାର ଗ୍ରାମର ମାତୃଶକ୍ତି ଟେଲରିଂ ୟୁନିଟ୍ ମହିଳା ଗୃପର ସଦସ୍ୟମାନେ ଗ୍ରାମ୍ୟ ଶିଳ୍ପ ପାର୍କ କ୍ଲଷ୍ଟର ମାଧ୍ୟମରେ ଟେଲରିଂ ମେସିନ ପାଇଁ ବେଶ ରୋଜଗାରକ୍ଷମ ହୋଇପାରିଛନ୍ତି ।

ଶେରଗଡ ବ୍ଲକର ଖମାର ଗ୍ରାମ । ଏହି ଗ୍ରାମରେ ଥିବା ମାତୃଶକ୍ତି ଟେଲରିଂ ମହିଳା ଗୃପର ସଦସ୍ୟମାନେ ଆଜି ହୋଇପାରିଛନ୍ତି ବେଶ ରୋଜଗାରକ୍ଷମ । ସେମାନେ ବି ଦିନେ ନିଜ ନିଜ ଘରେ ପୁରାତନ ଟେଲରିଂ ମେସିନ ଟିଏ ରଖି କାଁ ଭାଁ ସିଲେଇ କରି ଚଳିଆସୁଥିଲେ । ଅଧିକ ସମୟ ଲାଗୁଥିଲେ ମଧ୍ୟ କମ୍ କାମ ସହ ପାରିଶ୍ରମିକ ମଧ୍ୟ କମ୍ ହେଉଥିଲା ହେଲେ ରାଜ୍ୟ ସରକାରଙ୍କ ସହଯୋଗରେ ମିଶନ ଶକ୍ତି ମାଧ୍ୟମରେ ମାତୃଶକ୍ତି ଟେଲରିଂ ମହିଳା ଗୃପର ୪୦ ଜଣ ସଦସ୍ୟଙ୍କୁ ବିଦ୍ୟୁତ୍ ଚାଳିତ ଟେଲରିଂ ମେସିନ ଦେବା ସହ ପ୍ରଶିକ୍ଷଣ ଦିଆଯାଇଥିଲା । ଯାହାକି ଏବେ ଏହି ମହିଳା ଗୃପର ସଦସ୍ୟମାନେ ରାଜ୍ୟ ସରକାରଙ୍କ ନବ ନିର୍ମିତ ମିଶନ ଶକ୍ତି କୋଠାର ଛାତ ତଳେ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ପ୍ୟାଣ୍ଟ, ସାର୍ଟ ସିଲେଇ କରି ବେଶ ରୋଜଗାରକ୍ଷମ ହୋଇପାରିଛନ୍ତି ।

ଖାଲି ସେତିକି ନୁହଁ । ଏଠାରେ ଏହି ମାତୃଶକ୍ତି ଟେଲରିଂ ମହିଳା ଗୃପର ସଦସ୍ୟମାନେ ଅର୍ଡର ଅନୁଯାଇ ମଧ୍ୟ ଭଳିକି ଭଳି ପୋଷାକ ସିଲେଇ କରିବାରେ ବେଶ ମାହିର । ଏଥିସହ ପ୍ରତିଟି ସମୟରେ ମିଶନ ଶକ୍ତି ମଧ୍ୟ ଏମାନଙ୍କୁ ସାହାଯ୍ୟ ଯୋଗାଇ ଦେଉଥିବା ବେଳେ ସେହି ଦିନର ଚଳଣି ସମସ୍ୟା ଏବେ ଆଉ ନଥିବା କୁହନ୍ତି ମାତୃଶକ୍ତି ଟେଇଲରିଂ ମହିଳା ଗୃପର ସଦସ୍ୟମାନେ । ତେବେ ଏମାନଙ୍କ ପାଇଁ ଆହୁରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଶେରଗଡ ବ୍ଲକ ପ୍ରଶାସନ ଉଦ୍ୟମ ଜାରି ରଖିଥିବା କହିଛନ୍ତି ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର । ତେବେ ସତରେ ମାତୃଶକ୍ତି ଟେଲରିଂ ମହିଳା ଗୃପର ସଦସ୍ୟମାନେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।