ଭୀମଙ୍କୁ କିପରି ମିଳିଲା ୧୦ ହଜାର ହାତୀର ବଳ ? ଏହା ପଛରେ ରହିଛି ସ୍ୱତନ୍ତ୍ର କାହାଣୀ

ପାଣ୍ଡବ ଭାଇମାନଙ୍କ ମଧ୍ୟରେ ଭୀମ ଦ୍ୱିତୀୟ ସ୍ଥାନରେ ଥିଲେ, ଯୁଦ୍ଧରେ ଯାହାଙ୍କ ସାମ୍ନାରେ କେହି ସହଜରେ ଠିଆ ହୋଇପାରନ୍ତି ନାହିଁ । ଏହା ସହ ଦୁର୍ଯ୍ୟୋଧନଙ୍କ ଜୀବନ ନେବା ପରେ ଭୀମଙ୍କ ଦ୍ୱାରା ମହାଭାରତର ଯୁଦ୍ଧ ମଧ୍ୟ ଶେଷ ହୋଇଥିଲା । ଏପରିକି କୁହାଯାଏ ଇନ୍ଦ୍ର ମଧ୍ୟ ଭୀମଙ୍କୁ ପରାସ୍ତ କରିପାରିନଥିଲେ । ଭୀମଙ୍କ ଶକ୍ତିର ରହସ୍ୟ ବିଷୟରେ ଆସନ୍ତୁ ଜାଣିବା ।

ମହାଭାରତରେ ପାଣ୍ଡବମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଏବଂ ସେମାନଙ୍କ ବିଜୟର କାହାଣୀ ସମସ୍ତଙ୍କୁ ଜଣା । କିନ୍ତୁ ଏବେ ବି ମହାଭାରତର ଅନେକ ରହସ୍ୟ ରହିଛି ଯାହା ବିଷୟରେ ସାଧାରଣ ଲୋକ ଜାଣି ନାହନ୍ତି । ତେବେ ଆଜି ଆମେ ଆପଣଙ୍କୁ ଭୀମଙ୍କ ବିଷୟରେ ଏକ ବିଶେଷ କଥା ଜଣାଇବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ପାଣ୍ଡବ ଭାଇମାନଙ୍କ ମଧ୍ୟରେ ଭୀମ ଦ୍ୱିତୀୟ ସ୍ଥାନରେ ଥିଲେ, ଯୁଦ୍ଧରେ ଯାହାଙ୍କ ସାମ୍ନାରେ କେହି ସହଜରେ ଠିଆ ହୋଇପାରନ୍ତି ନାହିଁ । ଏହା ସହ ଦୁର୍ଯ୍ୟୋଧନଙ୍କ ଜୀବନ ନେବା ପରେ ଭୀମଙ୍କ ଦ୍ୱାରା ମହାଭାରତର ଯୁଦ୍ଧ ମଧ୍ୟ ଶେଷ ହୋଇଥିଲା । ଏପରିକି କୁହାଯାଏ ଇନ୍ଦ୍ର ମଧ୍ୟ ଭୀମଙ୍କୁ ପରାସ୍ତ କରିପାରିନଥିଲେ । ଭୀମଙ୍କ ଶକ୍ତିର ରହସ୍ୟ ବିଷୟରେ ଆସନ୍ତୁ ଜାଣିବା ।

ଜାଣନ୍ତୁ କିପରି ସେ ଦଶ ହଜାର ହାତୀର ଶକ୍ତି ପାଇଲେ :
ପାଣ୍ଡବଙ୍କ ପିତାଙ୍କ ମୃତ୍ୟୁ ପରେ ପାଣ୍ଡବମାନେ ହାସ୍ତିନାପୁରକୁ ଫେରି ଆସିଥିଲେ, ଏହା ପରେ ଗୋଟିଏ ଦିନ ଦୁର୍ଯ୍ୟୋଧନ ଜଳ କ୍ରୀଡ଼ାର ଆୟୋଜନ କରିଥିଲେ ଏବଂ ଭୋଜନର ମଧ୍ୟ ବ୍ୟବସ୍ଥା କରିଥିଲେ । କିନ୍ତୁ ଏହି କ୍ରୀଡ଼ା ଆୟୋଜନ ମଧ୍ୟରେ ଦୁର୍ଯ୍ୟୋଧନ ତାଙ୍କ ମାମୁଁ ଶକୁନିଙ୍କ ସହ ଏକ ଷଡ଼ଯନ୍ତ୍ର କରିଥିଲେ । ଏହି କ୍ରୀଡ଼ା ସରିବା ମାତ୍ରେ ଭୀମ ହ୍ରଦରୁ ବାହାରକୁ ଆସିଥିଲେ, ଏହା ପରେ ଦୁର୍ଯ୍ୟୋଧନ ତାଙ୍କୁ ଖାଇବାକୁ ଦେଇଥିଲେ । ତେବେ ଦୁର୍ଯ୍ୟୋଧନ ସେହି ଖାଦ୍ୟରେ ବିଷ ମିଶାଇ ଭୀମଙ୍କୁ ଖାଇବାକୁ ଦେଇଥିଲେ । ଖାଦ୍ୟ ଖାଇବା ପରେ ଭୀମ ଚେତାଶୂନ୍ୟ ହୋଇପଡିଥିଲେ, ଏହା ପରେ ଦୁର୍ଯ୍ୟୋଧନ, ଦୁଃଶାସାନ ଓ ଶକୁନି ତିନି ଜଣ ମିଶି ଭୀମଙ୍କୁ ଏକ ଖୁଣ୍ଟରେ ବାନ୍ଧି ଗଙ୍ଗା ନଦୀ ଭିତରକୁ ଫିଙ୍ଗି ଦେଇଥିଲେ ।

ତେବେ ଚେତାଶୂନ୍ୟ ଅବସ୍ଥାରେ ଭୀମ ନାଗଲୋକରେ ପହଞ୍ଚି ଥିଲେ ଏବଂ ସେଠାରେ ତାଙ୍କୁ ସାପ କାମୁଡିଥିଲା, ଯାହାଫଳରେ ତାଙ୍କ ଶରୀରରେ ବିଷର ପ୍ରଭାବ କମିଯାଇଥିଲା । ଚେତା ଫେରିବା ପରେ ଭୀମ ନାଗଲୋକରେ ଥିବା ସମସ୍ତ ସାପକୁ ପିଟିବା ଏବଂ ମାରିବା ଆରମ୍ଭ କରିଥିଲେ । ଏସବୁ ଦେଖି ନାଗରାଜ ତକ୍ଷକ ଭୀମଙ୍କୁ ଦଣ୍ଡ ଦେବାକୁ ଯାଇଥିଲେ । ସେହି ସମୟରେ କୁନ୍ତୀଙ୍କ ମାତା ଭୀମଙ୍କୁ ଚିହ୍ନିଥିଲେ ଯେ ସେ ତାଙ୍କ ଝିଅ କୁନ୍ତୀଙ୍କ ପୁତ୍ର ଭୀମ । ଏହା ପରେ ନାଗରାଜ ତକ୍ଷକଙ୍କ ମା’ ଭୀମକୁ ଅମୃତ ସୋମରସ ଦେବାକୁ କହିଥିଲେ । ଅମୃତ ସୋମରସ ଦେବାବେଳେ ତକ୍ଷକ ଭୀମଙ୍କୁ କହିଥିଲେ ଯେ ଗୋଟିଏ ପାତ୍ରରେ ହଜାରେ ହାତୀର ଶକ୍ତି ଅଛି ଏବଂ ଭୀମ ଏହା ଶୁଣିବା ପରେ ଦଶଟି ପାତ୍ରରେ ଥିବା ଅମୃତ ସୋମରସ ପିଇଥିଲେ ଯାହା ତାଙ୍କୁ ଦଶ ହଜାର ହାତୀର ଶକ୍ତି ଦେଇଥିଲା ।

ଭୀମଙ୍କ ନାମକରଣ :
ଭୀମଙ୍କ ଶକ୍ତି ସହିତ ଜଡିତ ଅନେକ ସ୍ୱତନ୍ତ୍ର କାହାଣୀ ରହିଛି । ଭୀମ ଜନ୍ମ ହେବା ମାତ୍ରେ କୁନ୍ତୀ ଭୀମଙ୍କୁ ନେଇ ପାଣ୍ଡୁଙ୍କ ନିକଟକୁ ନେଇଥିଲେ, ଏହା ପରେ ପାଣ୍ଡୁ ଭୀମଙ୍କୁ ଦେଖି ଧ୍ୟାନ କରିବାକୁ ତାଙ୍କ କୁଟୀର ଭିତରକୁ ଯାଇଥିଲେ । ଏହା ପରେ କୁନ୍ତୀ କୁଟୀର ବାହାରେ ତାଙ୍କ ସ୍ୱାମୀ ପାଣ୍ଡୁଙ୍କୁ ଅପେକ୍ଷା କରି ବସିଥିଲେ, କିନ୍ତୁ ହଠାତ୍‌ ସେହି ସମୟରେ ସେଠାରେ ଏକ ବାଘ ଆସି ପହଞ୍ଚିଥିଲା । ତେବେ କୁନ୍ତୀ ବାଘକୁ ଦେଖି ଭୟଭୀତ ହୋଇଯାଇଥିଲେ ଏବଂ ତାଙ୍କ ହାତରୁ ଭୀମ ତଳକୁ ଖସି ପଡିଥିଲେ । ଯେତେବେଳେ କୁନ୍ତୀ ଭୀମଙ୍କୁ ଉଠାଇବା ପାଇଁ ଯାଇଥିଲେ, ସେତେବେଳେ ସେ ଦେଖିଲେ ଯେ ଭୀମ ଏକ ବଡ଼ ପଥର ଖଣ୍ଡ ଉପରେ ପଡିଛନ୍ତି କିନ୍ତୁ ଭୀମଙ୍କର କିଛି ହୋଇନଥିଲା । ହେଲେ ସେ ପଡିଥିବା ପଥରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଏସବୁ ଦେଖି ତାଙ୍କ ପିତା ପାଣ୍ଡୁ ତାଙ୍କୁ ଭୀମ ନାମ ଦେଇଥିଲେ । ତେବେ ଏପରି ଭାବେ ତାଙ୍କ ନାମ ଭୀମ ଦିଆଯାଇଥିଲା ।