ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନରେ ଟଳିଲା ଟପ ମାଓବାଦୀ

କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଟପ ମାଓବାଦୀ ଦସୁରୁ। ଖସିଗଲେ ଆଉ କିଛି କ୍ୟାଡର ମାଓବାଦୀ। କନ୍ଧମାଳ ଜିଲ୍ଲା ସୁଦ୍ରା ପଞ୍ଚାୟତ କେକେରକୁପା ଅଞ୍ଚଳରେ ସଶସ୍ତ୍ର କ୍ୟାଡର ମାଓବାଦୀଙ୍କ ଗତିବିଧି ସଂପର୍କରେ ସୂଚନା ପାଇ ଡିଭିଏଫ ଓ ଏସଓଜି ଯବାନମାନେ ଅପରେସନ ଆରମ୍ଭ କରିଥିଲେ ।

କନ୍ଧମାଳ(କେନ୍ୟୁଜ) : କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଟପ ମାଓବାଦୀ ଦସୁରୁ। ଖସିଗଲେ ଆଉ କିଛି କ୍ୟାଡର ମାଓବାଦୀ। କନ୍ଧମାଳ ଜିଲ୍ଲା ସୁଦ୍ରା ପଞ୍ଚାୟତ କେକେରକୁପା ଅଞ୍ଚଳରେ ସଶସ୍ତ୍ର କ୍ୟାଡର ମାଓବାଦୀଙ୍କ ଗତିବିଧି ସଂପର୍କରେ ସୂଚନା ପାଇ ଡିଭିଏଫ ଓ ଏସଓଜି ଯବାନମାନେ ଅପରେସନ ଆରମ୍ଭ କରିଥିଲେ । ଗତକାଲି ସଂଧ୍ୟାରେ ନକ୍ସଲମାନେ ଗୁଳି ଚଳାଇବାରୁ ସୁରକ୍ଷାବାହିନୀ ପାଲଟା ଜବାବ ଦେଇଥିଲା । ଗୁଳି ବିନିମୟରେ କେକେବିଏନର ଡିସିଏମ ସଦସ୍ୟ ଦସୁରୁ ନିହତ ହୋଇଛି । ତା ଘର ଛତିଶଗଡ଼ରେ । ଦସୁରୁ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ, ବହୁ ହତ୍ୟା ମାମଲାରେ ସେ ସଂପୃକ୍ତ ।

କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ୨୦ରୁ ଅଧିକ ମାମଲାରେ ପୋଲିସ ପାଇଁ ୱାଣ୍ଟେଡ ଥିଲା ଦସୁରୁ । ବହୁ ସମୟ ଧରି ଗୁଳି ବିନିମୟ ପରେ ଅନ୍ଧକାରର ସୁଯୋଗ ନେଇ ମାଓବାଦୀମାନେ ଚମ୍ପଟ ମାରିଥିଲେ । ସର୍ଚ୍ଚ ଅପରେସନ ବେଳେ ଜଣେ ମାଓବାଦୀର ମୃତଦେହ ସହ ରାଇଫଲ ମିଳିଛି । ଗୁଳି ବିନିମୟରେ ଆହତ ହୋଇଛନ୍ତି ଜଣେ କମାଣ୍ଡୋ । ଏହାପରେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।