Below header

ମିଳିଲା କାଳିଆ ଦର୍ଶନ, ବୃଦ୍ଧ ବୃଦ୍ଧାଙ୍କ ଇଚ୍ଛା ପୂରଣ କଲେ ସ୍ୱେଚ୍ଛାସେବୀ ଯୁବକ

ବିଗତ ୯ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫେବୃଆରୀ ୩ ତାରିଖ ଶନିବାର ଦିନ ମଙ୍ଗଦେଇପୁର ଓ ଖେଣ୍ଟାଳୋ ଗାଁର କିଛି ଉତ୍ସାହୀ ଯୁବକଙ୍କ ଉଦ୍ୟମରେ ୫ଟି ଗ୍ରାମ ପଞ୍ଚାୟତର ୯ ଟି ଗାଁରୁ ୮୦ ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ଶ୍ରୀମନ୍ଦିର ପରିଦର୍ଶନ ପାଇଁ ନିଆଯାଇଛି ।

ବୃଦ୍ଧ ବୃଦ୍ଧାଙ୍କ ଇଚ୍ଛା ଥାଏ ଟିକେ ଶ୍ରୀମନ୍ଦିର ବୁଲିବାକୁ । କିନ୍ତୁ ବୟସର ଅପରାହ୍ନରେ ନିଜେ ପୁରୀ ଯିବା ସମ୍ଭବ ହୋଇନଥାଏ । ତେଣୁ କିଛି ସ୍ୱେଚ୍ଛାସେବୀ ଯୁବକମାନେ ବୃଦ୍ଧ ବୃଦ୍ଧାଙ୍କୁ ଧରି ବାହାରିଥିଲେ ଶ୍ରୀମନ୍ଦିର । ଆଉ ଶେଷର କାଳିଆ ଦର୍ଶନ କରିଥିଲେ ସମସ୍ତେ । ବିଗତ ୯ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫେବୃଆରୀ ୩ ତାରିଖ ଶନିବାର ଦିନ ମଙ୍ଗଦେଇପୁର ଓ ଖେଣ୍ଟାଳୋ ଗାଁର କିଛି ଉତ୍ସାହୀ ଯୁବକଙ୍କ ଉଦ୍ୟମରେ ୫ଟି ଗ୍ରାମ ପଞ୍ଚାୟତର ୯ ଟି ଗାଁରୁ ୮୦ ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ଶ୍ରୀମନ୍ଦିର ପରିଦର୍ଶନ ପାଇଁ ନିଆଯାଇଛି । ଯେଉଁମାନେ ଜଗନ୍ନାଥ ଦର୍ଶନ କରିବାରୁ ବଞ୍ଚିତ ଥିଲେ ସେହି ବରିଷ୍ଠ ବ୍ୟକ୍ତିମାନଙ୍କୁ ନେଇ ଶ୍ରୀକ୍ଷେଥ୍ର ପୁରୀ ଜଗନ୍ନାଥ ଦର୍ଶନ ପାଇଁ ନିଆଯାଇଥିବା ଦେଖିବାକୁ ମିଳିଛି । ଏହି ଯାତ୍ରା ମଙ୍ଗଦେଇପୁର ଗାଁର ମା’ ବୁଢ଼ୀ ଜାଗୁଳାଇ ପୀଠରୁ ଆରମ୍ଭ ହୋଇଥିଲା ।

ପ୍ରଥମେ ଏକ ବସ ଠିକ୍‌ କରାଯାଇଥିଲା । ପରେ ସମସ୍ତ ବରିଷ୍ଠ ନାଗରିକ ଓ ୨୩ ଜଣ ସ୍ୱେଚ୍ଛାସେବୀ ମାନେ ଯାତ୍ରା ଆରମ୍ଭ କରିଥିଲେ । କେସୁରା ଗାଁ ଭୂବନେଶ୍ୱର ଦେବୀ ମନ୍ଦିର ଠାରେ ପ୍ରସାଦ ସେବନ କରିଥିଲେ ସମସ୍ତ ଯାତ୍ରୀ । ପରେ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିବା ପରେ ପ୍ରଥମେ ମହୋଦଧି କୂଳରେ ମହା ଆନନ୍ଦରେ ସମସ୍ତେ ଭ୍ରମଣ କରିଥିଲେ । ଏହା ପରେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥ,ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସ୍ୱେଚ୍ଛାସେବୀ ମାନଙ୍କ ସହାୟତାରେ ମହା ଆନନ୍ଦରେ ଦର୍ଶନ କରାଇଥିଲେ । ବଡ଼ଦାଣ୍ଡ ରେ କିଛି ସମୟ ରହିବା ପରେ ସମସ୍ତେ ଖୁସିରେ ଫେରିଥିଲେ । ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ଯୋଗଦାନ ସହିତ ୨୩ ଜଣ ସ୍ୱେଚ୍ଛାସେବୀଙ୍କ ସାହାଯ୍ୟରେ ଏପରି ଏକ ଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇପାରିଛି ।

ଉଭୟ ସମୁଦ୍ର ବେଳାଭୂମି ଓ ପୁରୀ ବଡ଼ଦାଣ୍ଡ ରେ ବରିଷ୍ଠ ନାଗରିକ ମାନଙ୍କ ଉପସ୍ଥିତି ତଥା ଏକ ସଙ୍ଗରେ ଶୃଙ୍ଖଳାର ସହ ଚାଲି କରି ଯିବା ଅତ୍ୟନ୍ତ ମନୋମୁଗ୍ଧକର ଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛଭାରତ ଅଭିଯାନକୁ ଗୁରୁତ୍ୱ ଦିଆଯାଇ ସବୁ କାର୍ଯ୍ୟରେ ‘ପରିଷ୍କାର ଓ ପରିଚ୍ଛନ୍ନତା’କୁ ସ୍ୱେଚ୍ଛାସେବୀ ମାନେ ପାଳନ କରିଥିଲେ । ଜରୁରୀ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ଜଣେ ପ୍ରଶିକ୍ଷଣ ପ୍ରାପ୍ତ ‘ଫାର୍ମାସିଷ୍ଟ’ ଆବଶ୍ୟକ ଔଷଧ ସହିତ ଏହି ଯାତ୍ରାରେ ସ୍ୱେଚ୍ଛାସେବୀ ଭାବରେ ସେବା ପ୍ରଦାନ କରିଥିଲେ । ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମ ଗତ ୯ ବର୍ଷ ଧରି ହେଉଛି । ବରିଷ୍ଠ ନାଗରିକ ମାନଙ୍କୁ ନେଇ ସ୍ଥାନୀୟ ଅଞ୍ଚଳର କିଛି ଉତ୍ସାହୀ ଯୁବକ ଶ୍ରୀମନ୍ଦିରରେ ପହଞ୍ଚାଇଥିଲେ । ଏହି ଯାତ୍ରାରେ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.