ମସ୍କୋରେ ଥିବା ଭାରତୀୟ ଦୂତାବାସ କର୍ମଚାରୀ ଗିରଫ, ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗ

ରୁଷ ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ନିୟୋଜିତ ଥିଲେ ଗିରଫ ହୋଇଥିବା ବ୍ୟକ୍ତି । ଗିରଫ ISI ଏଜେଣ୍ଟ ହେଉଛନ୍ତି ସତ୍ୟେନ୍ଦ୍ର ସିୱାଲ । ତାଙ୍କ ପାଖରୁ ୨ଟି ମୋବାଇଲ ଫୋନ୍, ଗୋଟିଏ ଆଧାର କାର୍ଡ,ପାନ୍ କାର୍ଡ ଓ ଏକ ପରିଚୟ ପତ୍ର ମଧ୍ୟ ଜବତ ହୋଇଛି ।

ଉତ୍ତର ପ୍ରଦେଶ ମେରଠରୁ ଜଣେ ପାକିସ୍ତାନର ISI ଏଜେଣ୍ଟ ଗିରଫ କରିଛି ଏଟିଏସ୍‌ । ରୁଷ ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ନିୟୋଜିତ ଥିଲେ ଗିରଫ ହୋଇଥିବା ବ୍ୟକ୍ତି । ଗିରଫ ISI ଏଜେଣ୍ଟ ହେଉଛନ୍ତି ସତ୍ୟେନ୍ଦ୍ର ସିୱାଲ । ତାଙ୍କ ପାଖରୁ ୨ଟି ମୋବାଇଲ ଫୋନ୍, ଗୋଟିଏ ଆଧାର କାର୍ଡ,ପାନ୍ କାର୍ଡ ଓ ଏକ ପରିଚୟ ପତ୍ର ମଧ୍ୟ ଜବତ ହୋଇଛି ।

ସେ ମସ୍କୋରେ ଥିବା ଭାରତୀୟ ଦୂତାବାସରେ 2021ରୁ କାର୍ଯ୍ୟ କରିଆସୁଥିଲେ । ସେ ସେଠାରେ ଭାରତର ସୁରକ୍ଷା ସହାୟକ (IBSA) ଭାବରେ କାର୍ଯ୍ୟ କରୁଥିଲେ । ମସ୍କୋରେ ଥିବା ଭାରତୀୟ ଦୂତାବାସରେ କେହି ଗୁପ୍ତଚର କାର୍ଯ୍ୟ କରୁଥିବା ନେଇ ଆତଙ୍କବାଦ ବିରୋଧୀ ସ୍କ୍ୱାଡ ବିଶେଷ ସୂତ୍ରରୁ ସୂଚନା ପାଇଥିଲା । ଏହାପରେ ATS ଅଧିକାରୀମାନେ ତଦନ୍ତ କରିବା ସମୟରେ ସତ୍ୟେନ୍ଦ୍ରଙ୍କ ପ୍ରତି ସନ୍ଦେହ ବଢିଥିଲା । ଏଟିଏସ ପଚରାଉଚରା ପାଇଁ ତାଙ୍କୁ ମେରଠ ଡାକିଥିଲା । ଶେଷରେ ତାଙ୍କୁ ଆଜି ଗିରଫ କରାଯାଇଛି ।

ସତ୍ୟେନ୍ଦ୍ର ଭାରତୀୟ ସେନାର ଭିତିରି ଖବର ଜାଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେଉଥିଲା । ସେ ମଧ୍ୟ ଭାରତୀୟ ଦୂତାବାସ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାରର ଗୁରୁତ୍ୱପୂର୍ଣ୍ଣ ତଥା ଗୋପନୀୟ ତଥ୍ୟ ଆଇଏସଆଇ ସଦସ୍ୟଙ୍କୁ ଦେଇଥିବା ଅଭିଯୋଗ ହୋଇଛି । ତେବେ ସତ୍ୟେନ୍ଦ୍ରଙ୍କ ବିରୋଧରେ ଲକ୍ଷ୍ନୌଏଟିଏସ କାର୍ଯ୍ୟାଳୟରେ ମାମଲା ଦାୟର କରାଯାଇଛି । ତାଙ୍କ ବିରୋଧରେ ଧାରା ୧୨୧ (ଏ) ଏବଂ ଗୁପ୍ତବାର୍ତ୍ତା ଅଧିନିମ ୧୯୨୩ ଅନୁସାରେ ମାମଲା ଦାଏର ହୋଇଛି । ଗିରଫ ପରେ ସତ୍ୟେନ୍ଦ୍ରଙ୍କ ପାଖରୁ ଦୁଇଟି ମୋବାଇଲ ଫୋନ, ଏକ ଆଧାର କାର୍ଡ, ପରିଚୟପତ୍ର, ଟଙ୍କା ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.