Below header

ପ୍ରଚଳିତ ଆୟକର ବ୍ୟବସ୍ଥା, ଅଢେଇ ଲକ୍ଷ ପର୍ଯ୍ୟନ୍ତର ଆୟ ପାଇଁ ଟିକସ ଛାଡ଼

କେନ୍ଯୁଜ୍ (ବ୍ୟୁରୋ): ପ୍ରଚଳିତ ଆୟକର ବ୍ୟବସ୍ଥାରେ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ପଡୁନାହିଁ । ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ  ଆୟର ୫ ପ୍ରତିଶତ ଟିକସ ଦେବାକୁ ପଡୁଛି । ସେହିପରି ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୨ ହଜାର ୫ ଶହ ଟଙ୍କା । ୫ ଲକ୍ଷରୁ ଅଧିକ ଆୟ ୨୦ ପ୍ରତିଶତ ଟିକସ ଦେବାର ବ୍ୟବସ୍ଥା ରହିଛି । ସେହିପରି ୧୦ ଲକ୍ଷରୁ ଅଧିକ ଆୟ ପାଇଁ ଏକ ଲକ୍ଷ ୧୨ ହଜାର ୫ ଶହ ସହିତ ୧୦ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଭରିବାକୁ ପଡୁଛି । ଯେବେକି ବରିଷ୍ଠ ନାଗରିକଙ୍କ ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ପଡ଼ୁନାହିଁ ।

୩ଲକ୍ଷରୁ ୫ ଲକ୍ଷ ଟଙ୍କା ଯାଏ ଆୟ ଉପରେ ୫ ପ୍ରତିଶତ, ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଯାଏ ଆୟ ଉପରେ ୨୦ ପ୍ରତିଶତ ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡିଥାଏ । ଅନ୍ୟ ପକ୍ଷରେ ୮୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଏବେ କୌଣସି ଟିକସ ବ୍ୟବସ୍ଥା ନାହିଁ । ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ଯାଏ ଆୟ ଉପରେ ୨୦ ପ୍ରତିଶତ ଓ ୧୦ ଲକ୍ଷରୁ ଅଧିକ ଆୟ ପାଇଁ ୩୦ ପ୍ରତିଶତ ଟିକସ ଦେବାକୁ ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.