Below header

ବେଙ୍ଗାଲୁରୁ: ଶୌଚାଳୟରେ ମହିଳାଙ୍କ ଭିଡିଓ ସୁଟ କରି ଗିରଫ ହେଲେ ଓଡ଼ିଆ ଯୁବକ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଜଣେ ପବ ଓଡ଼ିଆ କର୍ମଚାରୀକୁ ଜଣେ ମହିଳା ଶୌଚାଳୟରେ ଥିବା ବେଳେ ଭିଡିଓ ସୁଟ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଅଶୋକ ନଗରର ଏମ୍ସି ଗ୍ରାଥ ରୋଡ଼ ଠାରେ ଥିବା ଏକ ପବ ରେ ଗତ ୨୪ତାରିଖ ରାତିରେ ପବକୁ ଆସିଥିବା ଜଣେ ମହିଳା ଶୌଚାଳୟକୁ ଯାଇଥିବା ବେଳେ ପବର ଜଣେ କର୍ମଚାରୀ ସେହି ସମୟରେ ମହିଳାଙ୍କର ଭିଡିଓ ସୁଟ କରି ଏକ ଫିଲ୍ମ ବନାଉଥିଲା । ଯାହା ମହିଳାଙ୍କ ନଜରରେ ଆସିଥିଲେ । ତେବେ ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଗତକାଲି ଉକ୍ତ କର୍ମଚାରୀ ଙ୍କୁ ଗିରଫ କରିଛି ।

ତେବେ ଏହି ପବ କର୍ମଚାରୀ ଜଣଙ୍କ ହେଲେ ଓଡ଼ିଶାର ୩୦ ବର୍ଷୀୟ ବୁଧିକାନ୍ତ ଦେବନାଥ । ଯିଏ ୩ମାସ ପୂର୍ବରୁ ଏଠାରେ ହାଉସ କିପିଙ୍ଗ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ତେବେ ବୁଧିକାନ୍ତକୁ ପୋଲିସ ପଚରା ଉଚରା ପରେ ବୁଧିକାନ୍ତ ଫୋନ ରେ ସୁଟ କରିଥିବା ଭିଡିଓକୁ ଡିଲିଟ କରିଦେଇଥିବା ପୋଲିସ ସୂଚନା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.