ଭାଇରାଲ ହେଲା ରଜନୀକାନ୍ତ ଓ ବିୟର ଗ୍ରିଲ୍ସଙ୍କ ଫଟୋ, ମଜାଳିଆ କମେଣ୍ଟସ୍‌ ଦେଲେ ଲୋକେ

ସୁପରଷ୍ଟାର୍‌ ରଜନୀକାନ୍ତ ଓ ‘ଖତରୋଁ କେ ଖିଲାଡି’ ବିୟର ଗ୍ରିଲ୍ସଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଛାଇଯାଇଛି। ଏହି ଫଟୋ ଟିଭିର ପପୁଲାର୍‌ ଶୋ’ ‘Man vs Wild’ର ଏକ ଏପିସୋଡ୍‌ ଶୁଟିଂ ପରେ ଉଠାଯାଇଛି। ତେବେ ଖୁବ୍‌ଶୀଘ୍ର ‘ଥଲାଇବା’ ଅର୍ଥାତ୍‌ ରଜନୀକାନ୍ତ ଏହି ଶୋ’ରେ ନଜର ଆସିବେ। ଏଥିପାଇଁ ସେ ମଙ୍ଗଳବାର କର୍ନାଟକର ବାନ୍ଦୀପୁରରେ ବିୟର ଗ୍ରିଲ୍ସଙ୍କ ସହିତ ଶୁଟିଂ କରିଛନ୍ତି।

ଫ୍ୟାନ୍‌ମାନେ ଏହି ଏପିସୋଡ୍‌କୁ ନେଇ ଖୁବ୍‌ ଏକ୍ସସାଇଟେଡ୍‌ ଥିବା ବେଳେ ସେପଟେ କିଛି ଲୋକ ରଜନୀ ଓ ବିୟରଙ୍କୁ ନେଇ ବେଶ୍‌ ମଜାଳିଆ କମେଣ୍ଟସ୍‌ ଦେଇଛନ୍ତି। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶୋ’ରେ ସାମିଲ ହେବା ନେଇ ଖୁବ୍‌ ଚର୍ଚ୍ଚାରେ ରହିଥିଲେ।

ra5

‘Man vs Wild’ରେ ରଜନୀକାନ୍ତ ନଜର ଆସିବା ନେଇ ଏକ ଗଣମାଧ୍ୟମ ଟୁଇଟ୍‌ କରି ଲେଖିଛି ଯେ ଡସ୍‌କଭରି ଚ୍ୟାନେଲରେ ପ୍ରସାରଣ ହେବାକୁ ଥିବା ଏହି ଶୋ’ର ଶୁଟିଂ ରଜନୀକାନ୍ତ ଓ ଗ୍ରିଲ୍ସ ବାନ୍ଦୀପୁରର ଟାଗର ରିଜର୍ଭରେ କରିଛନ୍ତି। ତେବେ ରିପୋର୍ଟ ମୁତାବକ, ଶୁଟିଂ ସମୟରେ ରଜନୀଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି।