ଯାଜପୁର : ନରହନ୍ତା ଦନ୍ତାର ନୂଆ ଠିକଣା ଚନ୍ଦକା ସ୍ଥିତ ଗୋଡିବାରୀ ଅଂଚଳ

କେନ୍ଯୁଜ୍ (ବ୍ୟୁରୋ) : ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆତଙ୍କ ସୃଷ୍ଟିକାରୀ ନରହନ୍ତା ଦନ୍ତାର ନୂଆ ଠିକଣା ଚନ୍ଦକା ସ୍ଥିତ ଗୋଡିବାରୀ ଅଂଚଳ । ଗତକାଲି ରାତିରେ ହିଁ ତାକୁ ଚନ୍ଦକା ଅଣାଯାଇଛି । ଚନ୍ଦକା-ଡମପଡା ଅଭୟାରଣ୍ୟର କୁମାରଖୁଣ୍ଟି ଓ୍ଵାଚ ଟ୍ଵାଓ୍ଵର ନିଟକରେ ତାକୁ ଶିକୁଳିରେ ବାନ୍ଧି ରଖାଯାଇଛି । ପୂର୍ବରୁ ଏଠାରେ ବନ୍ଦୀ ଜୀବନ ବିତାଉଥିବା ମାହୁନ୍ତ ଶଙ୍କର ସହ  ରଖାଯାଇଛି । ପ୍ରଥମେ ତାକୁ ନନ୍ଦନକାନନ ଅଣାଯାଇଥିଲା ଯେଉଁଠାରେ ଡାକ୍ତରୀ ଟିମ ତାକୁ ଚିକିତ୍ସା କରିଥିଲେ । ଗତକାଲି ଡାଳିଯୋଡା ରେଞ୍ଜରେ ନରହନ୍ତା ଦନ୍ତା ହାତୀକୁ କାବୁ କରିଥିଲା ବନ ବିଭାଗ । ଅପରେସନ୍‌ ଗଜରାଜ ଅଧୀନରେ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା । ଗତ ସପ୍ତାହରୁ ପ୍ରାୟ 8 ଦିନ ହେବ କଳିଙ୍ଗନଗର ଶିଳ୍ପାଞ୍ଚଳ ଅଂଚଳରେ ଲୋକଙ୍କ ନିଦ ହଜେଇ ଦେଇଛି ଏହି ନରହନ୍ତା ହାତୀ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.