ବିଜେପିରେ ସାମିଲ୍ ହେଲେ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହଓ୍ଵାଲ୍

ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହଓ୍ଵାଲ୍ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ସେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଚାର କରିବେ । ବିଜେପିର ବହୁ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇଛନ୍ତି । ତେବେ ହରିୟାଣାରେ ରହୁଥିବା ସାଇନା ନେହଓ୍ଵାଲ୍ ନିର୍ବାଚନ ପ୍ରଚାର କରିବା ଦ୍ୱାରା ବିଜେପିର ଫାଇଦା ହୋଇପାରେ । ଏହାସହିତ ତାଙ୍କ ଭଉଣୀ ଚନ୍ଦ୍ରାଶୁଂ ମଧ୍ୟ ବିଜେପିରେ ସାମିଲ ହେଲେ । ଏହି ସମୟରେ ସାଇନା କହିଛନ୍ତି କି, ମୋତେ ମୋଦିଙ୍କ ଠାରୁ ପ୍ରେରଣା ମିଳିଛି ।

ଦିଲ୍ଲୀରେ ଏହି ସମୟରେ ନିର୍ବାଚନ ପାଇଁ ଚର୍ଚ୍ଚା ଲାଗିରହିଛି। ନେତାମାନଙ୍କ ବୟାନ ଏହି ନିର୍ବାଚନ ପାଣିପାଗକୁ ଆହୁରୀ ସରଗରମ କରିଦେଇଛି । ଏମିତିରେ ସାଇନାଙ୍କର ବିଜେପିରେ ସାମିଲ ହେବା ଦଳକୁ ଆହୁରୀ ମଜବୁତ କରିବ ନିଶ୍ଚିତ । ସୂଚନା ଥାଉକି,ଦିଲ୍ଲୀର ୭୦ଟି ବିଧାନସଭା ସିଟ୍ ପାଇଁ ୮ଫେବ୍ରୁଆରୀରେ ମତଦାନ ହେବ ଏବଂ ୧୧ ଫେବ୍ରୁଆରୀ ଦିନ ଭୋଟ ଗଣନା ପରେ ଫଳାଫଳ ପ୍ରକାଶ ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.