ତୃତୀୟ ଟି-୨୦ : ନ୍ୟୁଜିଲାଣ୍ଡ ୧୮୦ ରନ୍‌ କଲେ ସିରିଜ୍‌କୁ ଫେରି ପାରିବ

ହାମିଲଟନ୍‌ : ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୧୮୦ ରନ୍‌ର ଟାର୍ଗେଟ୍‌ ଦେଇଛି ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ ଭାରତ ତୁଳନାରେ ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ହାରିଲେ ସିରିଜ୍‌ ହାରିଯିବ । ଜିତିଲେ ସିରିଜ୍‌କୁ ଫେରିବ । ଏହି ୫ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ଏବେ ୨-୦ରେ ଆଗୁଆ ରହିଛି ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଓପ୍ନର ରୋହିତ ଶର୍ମା ଓ କେ.ଏଲ୍‌ ରାହୁଲ ବଢ଼ିଆ ଷ୍ଟାର୍ଟ ଦେଇଥିଲେ । ଏମାନେ ୯ ଓଭରରେ ୮୯ ରନ୍‌ ସଂଗ୍ରହ କରିଥିଲେ । ବିଶେଷ କରି ରୋହିତ ପୂରା ଦମ୍‌ରେ ନ୍ୟଜିଲାଣ୍ଡ ବୋଲରଙ୍କୁ ଆଟାକ୍‌ କରି ସର୍ବାଧିକ ୬୫ ରନ୍‌ ସ୍କୋର କରିଥିଲେ । ସେ ୪୦ ବଲ୍‌ ଖେଳି ୬ଟି ଚୌକା ଓ ୩ଟି ଛକା ମାରିଥିଲେ । ଫର୍ମରେ ଥିବା ରାହୁଲ ଅବଶ୍ୟ ୧୯ ବଲ୍‌ରୁ ୨୭ ରନ୍‌ (୨ ଚୌକା, ୧ ଛକା) କରିଥିଲେ । ଏମାନଙ୍କ ବାଦ୍‌ ଅଧିନାୟକ ବିରାଟ କୋହଲି ୨୭ ବଲ୍‌ରୁ ୩୮ ରନ୍‌ (୨ ଚୌକା, ୧ ଛକା) କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆୟର ୧୭ ଓ ମନୀଷ ପାଣ୍ଡେ ଅପରାଜିତ ୧୪ ରନ୍‌ (୧ ଚୌକା, ୧ ଛକା) କରିଛନ୍ତି ।

ସ୍କୋର : ଭାରତ-୧୭୯/୫ (୨୦ ଓଭର)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.