Below header

‘ଓ୍ଵାର୍ଲ୍ଡ ଫୁଡ୍‌ ପ୍ରୋଗ୍ରାମକୁ’ ଚଳିତ ବର୍ଷର ନୋବେଲ୍‌ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : ୨୦୨୦ ମସିହା ନୋବେଲ୍‌ ଶାନ୍ତି ପୁରସ୍କାର ପାଇବା ପାଇଁ ‘ଓ୍ଵାର୍ଲ୍ଡ ଫୁଡ୍‌ ପ୍ରୋଗ୍ରାମ’ (WFP) ମନୋନୀତ ହୋଇଛି । ଏହି ସଂସ୍ଥା ଭୋକିଲାଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଏଭଳି ସମ୍ମାନରେ ସମ୍ମାନୀତ କରାଯାଇଛି ବୋଲି ନରେଓ୍ଵନ୍‌ ନୋବେଲ୍‌ କମିଟି ପ୍ରକାଶ କରିଛି ।

ଗତ ବର୍ଷ ପାଇଁ ଇଥିଓପିୟା ପ୍ରଧାନମନ୍ତ୍ରୀ ଏବି ଅହମ୍ମଦ ଅଲ୍ଲୀଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଚଳିତ ବର୍ଷ ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ୩୦୦ରୁ ଅଧିକ ବ୍ୟକ୍ତି ଓ ସଂସ୍ଥା ଆବେଦନ କରିଥିଲେ ।

ଓ୍ଵାର୍ଲ୍ଡ ଫୁଡ୍‌ ପ୍ରୋଗ୍ରାମ(ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ)

ଏହି ସଂସ୍ଥା ଦୁନିଆର ସବୁଠୁ ବଡ଼ ମାନବୀୟ ସଂସ୍ଥା ଯେ କ୍ଷୁଦା ଓ ଖାଦ୍ୟ ସୁରକ୍ଷା ସମସ୍ୟାକୁ ସମାଧାନ କରିଥାଏ । ୨୦୧୯ରେ ଏହି ସଂସ୍ଥା ୮୮ ଦେଶରେ ପ୍ରାୟ ୧୦୦ ମିଲିୟନ୍‌ ଲୋକଙ୍କ ପାଖରେ ସହାୟତା ପହଞ୍ଚାଇ ଥିଲେ । ଏହି ସଂସ୍ଥା ସାରା ବିଶ୍ୱର ଜରୁରୀକାଳିନ ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇଥାଏ । ଗୃହ ଯୁଦ୍ଧ ଓ ଜରୁରୀକାଳିନ ସମୟରେ ଏହି ସଂସ୍ଥା ବହୁତ ସକ୍ରିୟ ରହିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.