Below header

୨୪ ଘଣ୍ଟାରେ ବୁଲିଲେ ୭ଟି ଦେଶ , ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ଆସିଲା ନାମ

ଦୁନିଆରେ ଆପଣଙ୍କୁ ଭଳିକିଭଳି ଲୋକ ମିଳିଯିବେ ଯିଏକି ଏପରି କିଛି କରିଥିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କେହି ଦାନ୍ତରେ ଟ୍ରକ ଟାଣେ ତ କିଏ ପାଦରେ ସୁନ୍ଦର ଭାବେ ଲେଖିପାରେ। ଏପରି କିଛି ଆଶ୍ଚର୍ଯ୍ୟକର ଘଟଣା କରି ଦେଖାଇଛନ୍ତି ଡେବିଡ କୋବାରି ନାମକ ଜଣେ ବ୍ୟକ୍ତି। ଯିଏ ୨୪ ଘଣ୍ଟା ମଧ୍ୟରେ ୭ଟି ଦେଶର ଯାତ୍ରାକୁ ସମ୍ପୂର୍ଣ କରିଛନ୍ତି। ନିଜ ଯାତ୍ରାରେ ବାହାରିବା ପୂର୍ବରୁ ସେ ପୂର୍ବ ରେକର୍ଡର ତଥ୍ୟ ସଂଗ୍ରହ କରିଥିଲେ ଓ ତାପରେ ସେ ନୂଆ ରେକର୍ଡ ବନାଇଥିଲେ ।

ଡେବିଡ କୋବାରିଙ୍କ ପୂର୍ବରୁ ୨୦୧୩ ମସିହାରେ ଗ୍ଲେନ ବର୍ମୀଷ୍ଟାର ୨୪ଘଣ୍ଟାରେ ପୂର୍ବ ୟୁରୋପର ଚାରୋଟି ଦେଶ- ଚେକ ରିପବ୍ଲିକ, ଅଷ୍ଟ୍ରିୟା, ସ୍ଲୋବାକୀୟା ଏବଂ ହଙ୍ଗରି ବୁଲି ରେକର୍ଡ ବନାଇଥିଲେ । କିନ୍ତୁ ଗ୍ଲେନଙ୍କ ପରେ କାଷ୍ଟେର୍ଣ କୋହଲର ପାଞ୍ଚଟି ଦେଶ ବେଲଜିୟମ, ନେଦରଲ୍ୟାଣ୍ଡସ, ଜର୍ମାନୀ, ଲଜ୍ଜମବର୍ଗ ଏବଂ ଫ୍ରାନ୍ସ ବୁଲି ରେକର୍ଡ ବନାଇଥିଲେ । କାଷ୍ଟେର୍ଣଙ୍କ ପରେ ଜର୍ମାନୀର ମାଇକଲ ମଲ ୨୦୧୬ ମସିହାରେ ଇଟାଲୀ,ସ୍ୱିଜରଲ୍ୟାଣ୍ଡ,ଲିଚେଷ୍ଟେନଷ୍ଟିନ,ଅଷ୍ଟ୍ରିୟା,ଜର୍ମାନୀ ଏବଂ ଫ୍ରାନ୍ସ ୨୪ଘଣ୍ଟାରେ ବୁଲି ୱାର୍ଲଡ ରେକର୍ଡ କରିଥିଲେ ।ବର୍ତ୍ତମାନ ଡେବିଡ ନିଜର ଯାତ୍ରା ପୋଲାଣ୍ଡରୁ ଆରମ୍ଭ କରି ଚେକ ରିପବ୍ଲିକ, ସ୍ଲୋବାକୀୟା, ଅଷ୍ଟ୍ରିୟା, ହଙ୍ଗରି, ଶ୍ଲୋବେନୀୟା ଏବଂ କ୍ରୋଏସିଆ ପହଂଚି ନୂଆ ରେକର୍ଡ ବନାଇଥିଲେ । ସେ ସାତୋଟି ଦେଶର ଏହି ଯାତ୍ରାରେ ୩୧୦ ମାଇଲ ବା ପାଖାପାଖି ୫୦୦ କିଲୋମିଟରର ଯାତ୍ରା ସମ୍ପୂର୍ଣ୍ଣ କରିଛନ୍ତି ଏବଂ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ନିଜର ନାମକୁ ସାମିଲ କରିଛନ୍ତି ।

ମାଷ୍ଟର୍ସ ଡିଗ୍ରୀ କରିବା ସମୟରେ ଡେବିଡ କୋବାରିଙ୍କୁ ଲାଗିଥିଲା କି ତାଙ୍କୁ ପାଠପଢା ବ୍ୟତୀତ ଅନ୍ୟ କିଛି କରିବା ଆବଶ୍ୟକ ଯାହାଦ୍ୱାରା ସେ ନିଜର ପ୍ରକୃତ ଖୁସି ହାସିଲ କରିପାରିବେ ଏବଂ ତା ସହିତ ଲୋକପ୍ରିୟ ମଧ୍ୟ ହୋଇପାରିବେ। ସେଥିପାଇଁ ସେ ଆଡଭେଞ୍ଚରକୁ ବାଛିଥିଲେ ଏବଂ କମ ସମୟ ମଧ୍ୟରେ ଅଧିକରୁ ଅଧିକ ଦେଶ ବୁଲି ୱାର୍ଲଡ ରେକର୍ଡ ବନାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଡେବିଡ କୋବାରି ହଙ୍ଗରିର ବାସିନ୍ଦା ଅଟନ୍ତି । ସେ ବୁଡାପେଷ୍ଟରେ ନିଜର ମାଷ୍ଟର ଡିଗ୍ରୀ ସମ୍ପୂର୍ଣ କରିଥିଲେ । ଏହି ରେକର୍ଡ କରିବା ପୂର୍ବରୁ ସେ ଏଥିପାଇଁ ବହୁତ ପ୍ରସ୍ତୁତି କରିଥିଲେ ଏବଂ ରେକର୍ଡ କରିବା ନିଶାରେ ବାହାରି ପଡ଼ିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.